
ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ନୟାକୋଟ ଥାନା ଫୁଲଝର ରୁଗୁଡି ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ଗ୍ରାମର ଦାମୋଦର ମୁଣ୍ଡାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସକାଳେ ହଳ କରିବାକୁ ଘରୁ ବାହାରୁଥିବା ବେଳେ ମତେ ମୁଣ୍ଡା ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ଦାମୋଦରଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛି। ଖବର ପାଇ ଘଟଣାସ୍ଥଳରେ ନୟାକୋଟ ପୁଲିସ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତ ଜଣକ ହତ୍ୟା କରିବା ପରେ ଟାଙ୍ଗିଆ ଧରି ଗାଁ ପାଖରେ ଉନ୍ମତ୍ତ ଭାବେ ଘୂରିବୁଲୁଥିଲା। ବହୁ ସମୟ କସରତ କରିବା ପରେ ଅଭିଯୁକ୍ତ ମତେ ମୁଣ୍ଡାକୁ ପୁଲିସ କାବୁ କରିଥିଲା । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ନୟାକୋଟ ଥାନା ପୁଲିସ ତଦନ୍ତ ଜାରି ରଖିଛି।
The post ବାଂଶପାଳରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତକୁ କାବୁ କଲା ପୁଲିସ first appeared on Sambad.
from ଜିଲ୍ଲା – Sambad https://ift.tt/3aZbWOR
0 Comments