ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି। ଫଳରେ ଜଣେ ଡିଆରଜି ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ଗାଂଗଲୁର ଥାନା ଅନ୍ତର୍ଗତ ବୁରଜି ଏବଂ ପୁସନାର ମଧ୍ୟରେ ନିର୍ମାଣ ହେଉଥିବା ରାସ୍ତାର ସୁରକ୍ଷା ଦେବା ପାଇଁ ଡିଆର୍‌ଜି ଯବାନ ଏବଂ ସିଏଏଫ୍‌ ଯବାନ ବାହାରିଥିଲେ। ତେବେ ଏହି ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ହଠାତ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଥିଲା। ଯାହାଫଳରେ ଜଣେ ଡିଆର୍‌ଜି ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନଙ୍କୁ ତୁରନ୍ତ ଜିଲ୍ଲା ହସପିଟାଲକୁ ନିଆଯାଇଥିଲା। ସେଠାରେ ବର୍ତ୍ତମାନ ଚିକିତ୍ସା ଚାଲିଥିବା ଏସ୍‌ପି କମଳ ଲୋଚନ କଶ୍ୟପ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଯବାନମାନେ ଉକ୍ତ ରାସ୍ତାକୁ ସିଲ୍‌ କରିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି। ନକ୍ସଲ ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ମସୁଧା କରିଥିଲେ। କିନ୍ତୁ ଯବାନମାନେ ସତର୍କତା ଅବଲମ୍ବନ କରିବାରୁ ଏଥିରୁ ବର୍ତି ଯାଇଥିଲେ।

The post ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଆହତ first appeared on Sambad.



from ଜିଲ୍ଲା – Sambad https://ift.tt/3rIUeFd