କାଲିମେଳା: ପଡୋଶୀ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ୩ ଜଣ ନାବାଳିକା ଓ ଜଣେ ନାବାଳକକୁ ଆଜି କାଲିମେଳା ପୁଲିସ୍‌ ଓ ଶିଶୁ ସୁରକ୍ଷା କର୍ମଚାରୀମାନେ ଉଦ୍ଧାର କରିଥିବାର ଜଣାପଡିଛି। ଏକ ଅଟୋ ଯୋଗେ କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତଲ ବଡା ପଂଚାୟତରୁ ଏହିମାନଙ୍କୁ ଜଣେ ଦଲାଲ ଆନ୍ଧ୍ର ନେଇଯାଉଥିବା ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଥିଲେ। କାଲିମେଳା ମୁଖ୍ୟ ବଜାର ମଧ୍ୟରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଏମାନେ ଧରା ପଡ଼ିଥିଲେ। ଏହି ୪ ଜଣଙ୍କ ସହ ଦଲାଲକୁ ମଧ୍ୟ କାଲିମେଳା ଥାନାରେ ଅଟକ ରଖା ଯାଇଥିବାର ଜଣାପଡିଛି।  ଏମାନଙ୍କୁ ମାଲକାନଗିରି ଶିଶୁ ସୁରକ୍ଷା ବିଭାଗ ନିକଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

The post ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଚାଇଲ୍ଡ ଲାଇନ୍‌ ଦ୍ୱାରା ଉଦ୍ଧାର ହେଲେ ୪ ଶିଶୁ first appeared on Sambad.



from ଜିଲ୍ଲା – Sambad https://ift.tt/3no6gkN