
ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଠାରେ ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ଓ ବିଭିନ୍ନ ଯୋଜନା ସମ୍ବଦ୍ଧରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଭିନ୍ନକ୍ଷମ ସଚିବ ଶ୍ରୀମତୀ ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଏଡିଏମ ବିରସେନ ପ୍ରଧାନ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟ ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ, ଉପଖଣ୍ଡିଏ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାସ, ସିଡିପିଓ ଅର୍ଣ୍ଣପୂର୍ଣ୍ଣା ବୁରୁଦା ଓ କୁଡୁମୁଲୁଗୁମା ବିଇଓ ଗାୟତ୍ରୀ ଦେବି ମଂଚାସୀନ ଥିବାବେଳେ, ଅନ୍ୟ ସମସ୍ତ ବିଭାଗର ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ସ୍ୱାଭିମାନ ଅଞ୍ଚଳର ବହୁ ଭିନ୍ନକ୍ଷମ ଲୋକ ଓ ପିଲାମାନେ ଆସିଥିଲେ। ସଚିବ ଶ୍ରୀମତୀ ଦାସ ସ୍ୱାଭିମାନ ଅଞ୍ଚଳ ପାଇଁ ଥିବା ଯୋଜନା ଓ ଭିନ୍ନକ୍ଷମ ଅଧିକାର ସମ୍ପର୍କରେ ପ୍ରକାଶ କରିବା ସହ ନୂଆକରି ମାନବିକ ବିକାରଗ୍ରସ୍ତ ପିଲାଙ୍କ ପାଇଁ ଏକ ଭୀମଭୋଇ ସାମର୍ଥ୍ୟ ଶିବିର ବିଦ୍ୟାଳୟ କରିବା ସହିତ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଶିକ୍ଷକ ନିଯୁକ୍ତ ଦେବେ ସମସ୍ତ ସୁବିଧା ସରକାର ବହନ କରିବେ ବୋଲି ସଚିବ ଘୋଷଣା କରିଥିଲେ।
ସେଥିରେ ପିଲା ପାଠ ପଢି, ନିଜେ ମଧ୍ୟ କିଛି କାମ ଓ ତାଲିମ ନେଇ ଆତ୍ମନିର୍ଭରଶୀଳ ହୋଇ ପାରିବେ। ସରକାରଙ୍କର ଥିବା ଆଇନ ଓ ଅଧିକାରୀ ଉପରେ ସୂଚନା ଦେଇଥିଲେ। ସରକାର ସବୁ ସମୟରେ ସମସ୍ତ ସୁବିଧା ପାଇଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଅଛନ୍ତି । ଅନ୍ୟ ସମସ୍ତ ଅଧିକାରୀମାନେ ବିଭିନ୍ନ ବିଭାଗରେ ଥିବା ଯୋଜନା ସମ୍ପର୍କରେ କହିଥିଲେ। ଏହି ଶିବିରରେ ୨୩ ଜଣ ଭିନ୍ନକ୍ଷମ ପିଲାଙ୍କୁ ଭତା ଓ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଥିଲ।
The post ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ସମ୍ବଦ୍ଧରେ ସଚେତନତା ଶିବିର ଅନୁଷ୍ଠିତ first appeared on Sambad.
from ଜିଲ୍ଲା – Sambad https://ift.tt/2Wk6z43
0 Comments