
କଟକ: ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ପ୍ରଥମେ ହତ୍ୟା, ପରେ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା। ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି।
ଏପରିକି ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁକ୍ତ ମାନିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ତେବେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଥିଲା ଅଭିଯୁକ୍ତ। କାଳେ ଧରାପଡ଼ିଯିବ ବୋଲି ଆଶଙ୍କା କରି ପରେ ପରୀକୁ ଅଖା ଭିତରେ ବାନ୍ଧି ଫିଙ୍ଗି ଦେଇଥିବା କଥା ପୋଲିସ ଆଗରେ ମାନିଥିଲା ଅଭିଯୁକ୍ତ ସରୋଜ ସେଠୀ।
The post ପରୀ ହତ୍ୟା ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ: ଆଗ ହତ୍ୟା ପରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ first appeared on Sambad.
from ଜିଲ୍ଲା – Sambad https://ift.tt/37EMfAU
0 Comments