କଟକ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଭାରତ ବନ୍ଦର ପ୍ରଭାବ ପଡ଼ିଥିବା ଦେଖଇବାକୁ ମିଳିଛି। ବିିଭନ୍ନ ସ୍ଥାନରେ ଦଳର ବନ୍ଦ ପାଳନ ଦେଖିବାକୁ ମିଳିଛି। କେନ୍ଦ୍ରର ନୂଆ କୃଷିନିତୀକୁ ବିରୋଧ କରି କଟକରେ ମଧ୍ୟ ବିଭିନ୍ନ ଶ୍ରମିକ ସଙ୍ଗଠନ, ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଭାରତ ବନ୍ଦ କରାଯାଇଛି।

ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ, ନେତା ଓ କର୍ମୀ। ବାଦାମବାଡ଼ି ଛକଠାରେ ଏକାଠି ହୋଇ ବିକ୍ଷୋଭ କରିଛନ୍ତି। ବନ୍ଦର ପ୍ରଭାବ ମଧ୍ୟ ସହରରେ ଦେଖିବାକୁ ମିଳିଛି। ଫଳରେ ସହରର ମୁଖ୍ୟ ବାଦାମବାଡ଼ି ବସଷ୍ଟାଣ୍ତରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ଶହଶହ ବସ ଅଟକି ରହିଛି। ଅନ୍ୟ ପକ୍ଷରେ ସହରରେ ଦୋକାନବଜାର ପ୍ରାୟତଃ ବନ୍ଦ ରହିଛି ଓ କାଭାଁ ଯାନବାହନ ଚଳାଚଳ ଦେଖିବାକୁ ମିଳିଛି ।

The post କଟକରେ ଭାରତ ବନ୍ଦର ପ୍ରଭାବ; ଅଟକିଲା ବସ first appeared on Sambad.



from ଜିଲ୍ଲା – Sambad https://ift.tt/36SbkYA