କନକତୋରା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଜଣଙ୍କୁ ଗାଡ଼ି ଚଳାଇ ହତ୍ୟା କରାଯାଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ -କନିକା ରାସ୍ତା ଉପରେ ଗ୍ରିଣ୍ଡୋଲା ଗାଁ ଠାରୁ ଅଳ୍ପ ଦୂରରେ ଥିବା ମାଣିକେଶ୍ୱରୀ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କର ହାତଗୋଡ଼ ବନ୍ଧାଯିବା ସହିତ ମୁହଁରେ କପଡ଼ା ବାନ୍ଧି ଶରୀର ଉପରେ ଗାଡି ଚଳେଇ କେହି ମାରି ଦେଇଥିବା ଜଣାପଡ଼ିଛି।

ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାଟି ଗତକାଲି ରାତିରେ ଘଟିଛି। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ପହଞ୍ଚି ଘଟଣାସ୍ଥଳରୁ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି।
ମୁହଁ ସହିତ ଶରୀର ଉପରେ ଭାରୀ ଯାନ ଚଳାଯାଇ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ହେତୁ ଉକ୍ତ ଲୋକକୁ ଚିହ୍ନଟ କରିବା ପୁଲିସ ପାଇଁ  କଷ୍ଟକର ହୋଇପଡ଼ିଛି ।

The post ଚାଞ୍ଚଲ୍ୟ: ହାତଗୋଡ଼ ବାନ୍ଧି ଭାରୀ ଯାନ ଚଳାଇ ନିର୍ମମ ହତ୍ୟା! first appeared on Sambad.



from ଜିଲ୍ଲା – Sambad https://ift.tt/2KbuSid