ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଏକ ଜାଲ୍ ନୋଟ୍ ରାକେଟ ଠାବ ହୋଇଥିବାର ଖବର ମିଳିଛି। ବାରିପଦା ଟାଉନ ଥାନା ପୁଲିସ୍ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି। ଏଥିରେ ୧୧୦ଟି ୫ ଶହ ଟଙ୍କିଆ, ୩୦୦ଟି ଶହେ ଟଙ୍କିଆ ଜାଲ୍ ନୋଟ୍ ଥିବା ଜଣାଯାଇଛି।
ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ପୁଲିସ୍ ତଦନ୍ତ ଆରମ୍ଭ ହୋଇଛି। ଉଭୟ ଅଭିଯୁକ୍ତଙ୍କ ଠାରୁ ୨ଟି ମୋବାଇଲ ଜବତ ହୋଇଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ହେମସୁରପଡ଼ାର ମାନିନୀ ପ୍ରଧାନ (୩୨) ବାରିପଦା ଟାଉନ୍ ଥାନାକୁ ଏକ ଜାଲ୍ ନୋଟ୍ ରାକେଟ ସଂପର୍କରେ ସୂଚନା ଦେଇଥିଲେ। ଏହାପରେ ଟାଉନ୍ ଥାନା ପୁଲିସ୍ ପକ୍ଷରୁ ଚଢଉ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇ ଅଭିଯୁକ୍ତ ହେଲେ ଝାରଖଣ୍ଡର ପୁର୍ବସିଂହଭୂମି ଜିଲ୍ଲାର ରଖହରି ରଣା(୫୦) ଓ ରାସବିହାରୀ ରଣା(୪୫)। ଜାଲ୍ ନୋଟ୍ କେଉଁଠାରୁ ଆସିଲା ସେନେଇ ପୁଲିସ୍ ଖୋଳତାଡ଼ କରୁଥିବା ଜଣାଯାଇଛି।

 

 

The post ବାରିପଦାରେ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ, ଦୁଇ ଅଭିଯୁକ୍ତ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/34kH730