
ପୁରୀ : ଆମାଜନ୍ରେ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଆଜି ଏହି ଘଟଣାରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସିଂହଦ୍ବାର ଥାନାରେ ଏତଲା ଦେଇଛି।
ଆମାଜନ୍ର ଏହି କାର୍ଯ୍ୟ ମହାପ୍ରସାଦ ପ୍ରତି ଅପମାନସୂଚକ ହୋଇଥିବାବେଳେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ନିଯୋଗ। ସେ ପଟେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ଆମାଜନ୍ର ନିର୍ମାଲ୍ୟ ବିକ୍ରିର ପ୍ରତିବାଦ କରିଛି। ସଂଘର ଆବାହକ ଅନିଲ୍ କୁମାର ସାହୁ ଆଜି ଆମାଜନ୍ର ସିଇଓ ଅମିତ ଅଗ୍ରୱାଲ୍ଙ୍କୁ ଓକିଲ ନୋଟିସ୍ (ଚିଠି ନଂ-୫/୨୦୨୦) ପଠାଇଛନ୍ତି। ୨୦ ଦିନ ଭିତରେ ଏହାର ଜବାବ ନ ରଖିଲେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ନୋଟିସ୍ ଯୋଗେ ଜଣାଇଛନ୍ତି।
The post ‘ନିର୍ମାଲ୍ୟ’ ବିକ୍ରି ପ୍ରସଙ୍ଗ: ଆମାଜନ୍କୁ ଲିଗାଲ୍ ନୋଟିସ୍ first appeared on Sambad.
from ଜିଲ୍ଲା – Sambad https://ift.tt/3g09rw5
0 Comments