କଟକ: ସିଡିଏ ସେକ୍ଟର-୯ ଶିଶୁମନ୍ଦିର ନିକଟରେ ଦୁଇବର୍ଷ ତଳେ ଏକ ସରକାରୀ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ସାଂସଦ ଭର୍ତ୍ତୃହରି ମହତାବ ଓ ତତ୍କାଳୀନ ବିଧାୟକ ଦେବାଶିଷ ସାମନ୍ତରାୟ ଏହାର ଶିଳାନ୍ୟାସ କରିଥିଲେ। କିନ୍ତୁ ଏଯାଏ ଏଠାରେ କଲ୍ୟାଣମଣ୍ଡପ ନିର୍ମାଣ ହେବା ଦୂରର କଥା, ଇଟା ଖଣ୍ଡେ ବି ବସି ପାରିଲା ନାହିଁ। ସିଡିଏ ଅଞ୍ଚଳ‌ରେ ସରକାରୀ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହେବା ପରେ ୨୦୧୮ ମସିହା ସେପ୍ଟେମ୍ବର ପହିଲାରେ ସରକାରଙ୍କ ତରଫରୁ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା।

ଏଥିପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଥିଲା। କିନ୍ତୁ ଏହା ଫଳକରେ ସୀମିତ ଥିବାରୁ ଏହା ଶାସକ ଦଳର ନିର୍ବାଚନୀ ଧୂଆଁବାଣ ଥିଲା ବୋଲି ପୂର୍ବତନ କର୍ପୋରେଟର ଗିରିବାଳା ବେହେରା ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି।

The post ଦୁଇବର୍ଷ ପରେ ବି ଫଳକରେ ସୀମିତ ସରକାରୀ କଲ୍ୟାଣମଣ୍ଡପ first appeared on Sambad.



from ଜିଲ୍ଲା – Sambad https://ift.tt/2Vw5m9m