
ଭୁବନେଶ୍ବର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍) କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଯୋଗ୍ୟ ପ୍ରଫେସର୍ମାନେ ଜାନୁଆରି ୧୫ ସୁଦ୍ଧା ଏହି ପଦ ଲାଗି ଆବେଦନ କରିପାରିବେ। ଯେକୌଣସି ଖ୍ୟାତନାମା ବିଶ୍ବବିଦ୍ୟାଳୟ କିମ୍ବା ଗବେଷଣା ପ୍ରତିଷ୍ଠାନରେ ଏକାଡେମିକ୍ କିମ୍ବା ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ତାଙ୍କ ବୟସ ୬୨ ବର୍ଷରୁ କମ୍ ହୋଇଥିବ। ଭିସୁଟ୍ ଅଧିନିୟମ ୨୦୦୮ର ଧାରା ୧୧ର ଉପଧାରା ୨ ଅନୁଯାୟୀ କୁଳପତି ଚୟନ ଲାଗି ବୈଷୟିକ ଶିକ୍ଷା ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଉକ୍ତ କମିଟି ଆବେଦନକାରୀ ପ୍ରଫେସର୍ଙ୍କ ସାକ୍ଷାତକାର ନେବା ପରେ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ତିନି ଜଣିଆ ପ୍ରଫେସରଙ୍କ ନାମ ସୁପାରିସ୍ କରିବେ। ଉକ୍ତ ତିନି ପ୍ରଫେସର୍ଙ୍କ ସାକ୍ଷାତକାର ନେବା ପରେ କୁଳାଧିପତି ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେବେ।
କୁଳପତି ଭାବେ ନିଯୁକ୍ତି ପାଇବା ପରେ ମାସକୁ ୨ଲକ୍ଷ ୧୦ ହଜାର ଟଙ୍କା ଦରମା ସହ ସ୍ବତନ୍ତ୍ର ଭତ୍ତା ପାଇବେ। ଅନ୍ୟାନ୍ୟ ସାଧାରଣ ଭତ୍ତା ବାବଦରେ ମାସକୁ ୫ହଜାର ଟଙ୍କା ଲେଖାଏଁ ମିଳିବ। ଭିସୁଟ୍ ଅଧିନିୟମ ୨୦୦୮ ଅନୁଯାୟୀ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ହେବ। ସେ କାର୍ଯ୍ୟଭାର ଗ୍ରହଣ କରିବା ତାରିଖ କିମ୍ବା ୬୫ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦରେ ରହିପାରିବେ। ଆବେଦନକାରୀମାନେ ନିର୍ଦ୍ଦିଷ୍ଟ ଆବେଦନ ଫର୍ମରେ ଆବେଦନ କରିବା ଆବଶ୍ୟକ। ଜାନୁଆରି ୧୫ ସୁଦ୍ଧା ପିଡିଏଫ୍ ଫର୍ମାଟ୍ରେ ‘etet.od@nic.in’ ମାଧ୍ୟମରେ ଆବେଦନ କରିପାରିବେ। ଏହାବ୍ୟତୀତ ସମସ୍ତ ସହାୟକ ଦଲିଲ ସହ ଗୋଟିଏ ସେଟ୍ ହାର୍ଡକପି ସ୍ପିଡ୍ ପୋଷ୍ଟରେ ପଠାଇପାରିବେ। ନିର୍ଦ୍ଧାରିତ ସମୟ ପରେ ପହଞ୍ଚିଥିବା ଇ-ମେଲ୍ ଓ ହାର୍ଡକପିକୁ ବିଚାରକୁ ନିଆଯିବ ନାହିଁ। https://ift.tt/3nOTqfi ଓ ଭିସୁଟ୍ ୱେବସାଇଟ୍ http://www.vssut.ac.in ରୁ ଆବେଦନ ଫର୍ମ ଡାଉନ୍ଲୋଡ କରିହେବ।
The post ଭିସୁଟ୍ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ, ଜାନୁଆରି ୧୫ ଯାଏ ଆବେଦନ first appeared on Sambad.
from ଜିଲ୍ଲା – Sambad https://ift.tt/3nGdpNe
0 Comments