
ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅଧୀନ ଭୀଷ୍ମଗିରି ଗ୍ରାମ ଦଣ୍ଡାସି ସାହିରେ ଶ୍ବଶୁର ଘରେ ସ୍ତ୍ରୀ ଓ ଶାଶୂଙ୍କ ଗାଳି ସହି ନପାରି ବାରିପଟ ଗଛରେ ରଶି ଲଗାଇ ଜ୍ବାଇଁ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ପାଟପୁର ଥାନା ଡି.ବ୍ରହ୍ମପୁର ଗ୍ରାମର ସଦାନନ୍ଦ ନାୟକଙ୍କ ପୁଅ ପ୍ରକାଶ ନାଇକ(୩୫)। ସୂଚନାରୁ ଜଣାପଡ଼ିଛି, ପ୍ରକାଶ ଗତ ୩ ବର୍ଷ ତଳେ ଭୀଷ୍ମଗିରି ଗ୍ରାମରେ ବିବାହ କରିଥିଲେ। ଏକ ମାସ ହେଲା ସଦାନନ୍ଦ ପତ୍ନୀଙ୍କ ସହ ଶ୍ବଶୁର ଘରେ ରହୁଥିଲେ। ପୂର୍ବରୁ ତାଙ୍କର ୨ ବର୍ଷର ଝିଅ ଥିବା ବେଳେ ଗତ ୩ ଦିନ ତଳେ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା।
ଏ ନେଇ ପ୍ରକାଶ ଖୁସିରେ ଅତ୍ୟଧିକ ମଦ ପିଇ ଘରକୁ ଫେରିଥିଲେ। ଏହାକୁ ନେଇ ପ୍ରକାଶଙ୍କୁ ପତ୍ନୀ ଓ ଶାଶୂ ଗାଳିଗୁଲଜ କରିଥିଲେ। ଫଳରେ ପ୍ରକାଶ ଭାଙ୍ଗି ପଡ଼ି ଗତକାଲି ରାତିରେ ନିଜ ଘରର ବାରିପଟ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। କେସ୍ ନମ୍ବର ୧୬ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା।
The post ସ୍ତ୍ରୀ, ଶାଶୂଙ୍କ ଗାଳି ସହି ନପାରି ଜ୍ବାଇଁର ଆତ୍ମହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/3au6F1b
0 Comments