ଭୋଗରାଇ: ବାଲେଶ୍ବର ଜିଲ୍ଲାର ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନଂ ରାଜ୍ୟ ରାଜପଥର ସାତଶୁଳିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ବାଇକ୍ ଓ ଡମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସ୍ଥାନରେ ଉତ୍ତେଜନା ଜାରି ରହିଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

ମୃତ ଦୁଇ ନାବାଳକଙ୍କ ଘର ଜଳେଶ୍ବର ବାଣୀଦା ଅଞ୍ଚଳର ରଣଜିତ ଦାସଙ୍କ ବଡ଼ ପୁଅ କିଶୋର ଦାସ( ୧୬) ଓ ସାନ ପୁଅ ସ୍ୱାଧୀନ ଦାସ (୧୧)। ଏକ ବାହାଘରକୁ ଯିବାପାଇଁ ଦୁହେଁ ଉପହାର ନେଇ ଘରକୁ ଆସୁଥିଲେ।

The post ସଡ଼କ ଦୁର୍ଘଟଣା: ବାହାଘର ଉପହାର ଆଣିବାକୁ ଯାଇ ଚାଲିଗଲା ଦୁଇଭାଇଙ୍କ ଜୀବନ first appeared on Sambad.



from ଜିଲ୍ଲା – Sambad https://ift.tt/3ndJj3r