
ମାର୍ଶାଘାଇ: ଲିଟନ କୁମର ନାୟକ। ବୟସ ୨୯। ଘର ମେହେନ୍ଦିନଗର ପଂଚାୟତ ବାହାକଣ୍ତିଆ ଗ୍ରାମରେ। ଇଲେକଟ୍ରିକାଲରେ ଡିପ୍ଲୋମା ଡିଗ୍ରୀ ହାସଲ ପରେ ସେ ‘ସୌଭାଗ୍ୟ’ ପ୍ରକଳ୍ପରେ ସୁପରଭାଇଜର ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ବାପା, ମା’, ପତ୍ନୀ ଆଉ ଗୋଟିଏ ପୁଅକୁ ନେଇ ପରିବାର। ଯାହା ଦରମା ପାଉଥିଲେ ତେଲଲୁଣ ସଂସାର ହସଖୁସିରେ ଚଳିଯାଉଥିଲା। ହେଲେ କରୋନା କବଳରେ ପ୍ରକଳ୍ପ ବନ୍ଦ ହୋଇଗଲା। ସେ କିନ୍ତୁ ଭାଙ୍ଗି ପଡି ନ ଥିଲେ।
କଳପଡା ଲୁଣାସେତୁ ଦକ୍ଷିଣ ପାର୍ଶ୍ବରେ ଏକ ଭେରାଇଟି ଷ୍ଟୋର ଖୋଲିଲେ। ପାନଠାରୁ ଆରମ୍ଭ କରି ସିଝା ଅଣ୍ତା, ଚା’, କଫି ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ୪ମାସରୁ ଅଧିକ ହେବ ତାଙ୍କର ଏ ବ୍ୟବସାୟ ଚାଲୁ ରହିଛି। ଦିନକୁ ଦିନ ଦୋକାନ ବଢି ଚାଲିଛି। ବେଶ୍ ଦି ପଇସା ରୋଜଗାର ହେଉଛି। କୌଣସି କାମକୁ ଛୋଟ ନ ମଣି ସତ୍ ଉପାୟରେ ଜୀବିକା ଅର୍ଜନ କରିବାକୁ ସେ ଶ୍ରେୟ ମଣୁଥିବା କହିଛନ୍ତି।
ଶିକ୍ଷା ଯେ କେବଳ ଚାକିରି ପାଇଁ ଉଦ୍ଦିଷ୍ଟ ତା’ ନୁହେଁ ବୋଲି ସେ କହିବା ସହ କାହାରି ପାଖରେ ମୁଣ୍ତ ନ ବିକି ସ୍ବାଧୀନ ଭାବେ ରୋଜଗାର କରି ବଂଚିବା କରୋନାଠୁ ଶିକ୍ଷା ମିଳିଛି ବୋଲି ଲିଟନ କହିଛନ୍ତି।
The post କରୋନା କାହାଣୀ: ଇଲେକଟ୍ରିକାଲ ଇଂଜିନିୟର ହେଲେ ପାନ ଦୋକାନୀ first appeared on Sambad.
from ଜିଲ୍ଲା – Sambad https://ift.tt/37D4lSw
0 Comments