
ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ମହିଳା ହେଲେ ସମ୍ବାରି ନାୟକ। ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।ବର୍ତ୍ତମାନ ସୁଦ୍ଧା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ମୃତଦେହ ସେହିପରି ପଡ଼ିରହିଛି। ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ୱାମୀ ବୁଧୁ ମୁଣ୍ଡା ଘରୁ ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି।
The post ପାରିବାରିକ କଳହର କରୁଣ ପରିଣତି,ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/2JGBS66
0 Comments