କଟକ: ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ନିଜର ସୁରକ୍ଷା ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସରପଞ୍ଚ। ଏ ସମ୍ପର୍କରେ ଏସପିଙ୍କୁ ୧୫ ଦିନ ମଧ୍ୟରେ ଆବେଦନ କରିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆବେଦନର ସପ୍ତାହକ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନୟାଗଡ଼ ଏସପିଙ୍କୁ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ପରୀ ହତ୍ୟାକାଣ୍ଡ ମାମଲାରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ପ୍ରକୃତ ଦୋଷୀକୁ ଧରିବାକୁ ଅନେକ ପ୍ରୟାସ କରିଛନ୍ତି, ଯାହାକୁ ନେଇ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ହାଇକୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଏପଟେ ପରୀ ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ କରୁଥିବାବେଳେ ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରୁଛି । ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ମଧ୍ୟ ଦାବି କରି ଆନ୍ଦୋଳନ ଚଳାଇଛି ଦଳ।

 

The post ପରୀ ମୃତ୍ୟୁ ମାମଲା: ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ first appeared on Sambad.



from ଜିଲ୍ଲା – Sambad https://ift.tt/3n6iEFI