
ଢେଙ୍କାନାଳ: ଢେଙ୍କାନାଳ ସହରର ବସଷ୍ଟାଣ୍ଡ ଟ୍ରାଫିକ ଛକସ୍ଥିତ ଦି ୟମି ଫାଷ୍ଟଫୁଡ ଦୋକାନରେ ଜଣେ ଦୁର୍ବୃତ୍ତ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ଜଣକ ଆଜବେଷ୍ଟସ୍ ଛାତ ଭାଙ୍ଗି ଦୋକାନ ଭିତରେ ପଶି ଚୋରି କରିଥିବା ଜାଣିବାକୁ ମିଳିଛି। ଏସବୁ ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଦୋକାନ ମାଲିକ ବିଶ୍ୱଜିତ ମଲ୍ଲ ଆଜି ସକାଳୁ ଦୋକାନ ଖୋଲିବା ପରେ ତାଙ୍କ ଦୋକାନରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
The post ଢେଙ୍କାନାଳ: ଫାଷ୍ଟଫୁଡ ଦୋକାନରୁ ଚୋର ଚୋରି କରୁଥିବା ବେଳେ ସିସିଟିଭିରେ କଏଦ ହେଲା ଦୃଶ୍ୟ first appeared on Sambad.
from ଜିଲ୍ଲା – Sambad https://ift.tt/373x04k
0 Comments