ରାଉରକେଲା: ଇସ୍ପାତ ସହରର ଏମ.ଏନ. ଇଣ୍ଟରନ୍ୟାସନାଲ୍ ନାମକ ଏକ ହୋଟେଲରେ ହାଇ-ପ୍ରୋଫାଇଲ ଜୁଆ ଖେଳ ଚାଲିଥିବା ବେଳେ ପ୍ଲାଣ୍ଟସାଇଟ ଥାନା ପୁଲିସ ଅତର୍କିତ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଶୁଭକାନ୍ତ ବେହେରା, ସରୋଜ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ପିତର ଖେସ, ଲଖନ ମିଞ୍ଜ, ଦିନେଶ ଜୟସୱାଲ, ପରେଶ ସାହୁ, ସୁଧୀର କେଡ଼ିଆ, ଶଙ୍କରଲାଲ ସାହୁ, ଧର୍ମେନ୍ଦ୍ର ଶର୍ମା, ନାଗରମଲ ଅଗ୍ରୱାଲ ଓ ବିଜୟ ବେହେରା। ଏମାନଙ୍କ ଠାରୁ ୨ ଟି କାର, ୫ ଟି ବାଇକ ଓ ୧୫ଟି ମୋବାଇଲ ଜବତ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବେଶ କିଛି ଦିନ ଏହି ହୋଟେଲରେ ଜୁଆ ଖେଳ ହେଉଥିଲା। ସନ୍ଧ୍ୟା ହେବା ମାତ୍ରେ ହୋଟେଲରେ ପହଞ୍ଚି ଯାଉଥିଲେ ଜୁଆଡ଼ି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁଆ ଖେଳରେ ମସଗୁଲ ରହୁଥିଲେ। ଗତକାଲି ରାତି ପ୍ରାୟ ୯ଟା ରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ ହୋଇଥିଲା। ସହରର ଏକାଧିକ କ୍ଲବ, ହୋଟେଲରେ ଜୁଆ ଖେଳକୁ ପ୍ରଶ୍ରୟ ଦିଆଯାଉଥିବା ଅଭିଯୋଗ ହେଉଛି।

 

The post ରାଉରକେଲାରେ ହାଇ-ପ୍ରୋଫାଇଲ ଜୁଆ ଖେଳ, ୧୨ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3h2UmKA