କଟକ-ଜଗତପୁର: କଟକ ମହାନଗରର ଜଗତପୁରରେ ସିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରାଯିବାରୁ ସେଠାରେ ଉତ୍ତେଜନା ପରିଲକ୍ଷିତ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସିଏମସି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ସିଏମସି ପକ୍ଷରୁ ଜଗତପୁର ଗୋଲେଇ ଛକରୁ ବ୍ୟାରେଜ ଛକ ପର୍ଯ୍ୟନ୍ତ ରାସ୍ତାର ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ବେଳେ ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ। କିଛି ଲୋକ ସେଠାରେ ଧାରଣା ବି ଦେଇଥିଲୋ

ବେଆଇନ୍ ଦୋକାନ ଘର ଉଚ୍ଛେଦ ସମୟରେ ବିଜୟ ମିଶ୍ର ନାମକ ଜଣେ ବ୍ୟକ୍ତି ସିଏମସି ଡେପୁଟି କମିସନର ଡକ୍ଟର ଅବିନାଶ ରାଉତଙ୍କୁ ଏନେଇ କୈଫିୟତ୍ ମାଗିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ବିଜୟ ମିଶ୍ରଙ୍କୁ ଅଟକ ରଖିଥିଲା। ତେବେ ସିଏମସି ଡେପୁଟି କମିସନର ଏଠାରୁ ଉଚ୍ଛେଦ କରାଯାଇଥିବା ୮୦ଜଣ ଦୋକାନୀଙ୍କୁ ଭେଣ୍ଡିଂ ଜୋନ ମାଧ୍ୟମରେ ଥଇଥାନ କରାଯିବ ବୋଲି କହିଥିଲୋ ଏହାପରେ ସେହି ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଥିଲା।

The post ଜଗତପୁରରେ ସିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା first appeared on Sambad.



from ଜିଲ୍ଲା – Sambad https://ift.tt/2K3804a