
ଫୁଲବାଣୀ/ ଦାରିଙ୍ଗବାଡ଼ି/ଘୁ.ଉଦୟଗିରି: ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ। ୩ ବର୍ଷରେ ରେକର୍ଡ଼ ଭାଙ୍ଗିଛି ଶୀତ। ଆଉ ସଦରମହକୁମା ଫୁଲବାଣୀର ତାପମାତ୍ରା ୫.୫ ଡିଗ୍ରିକୁ ଖସିଛି। ଯାହାକି ରାଜ୍ୟରେ ସର୍ବନିମ୍ନ।୨୦୧୭ ମସିହାରେ ଏହା ୫.୭ ଡିଗ୍ରି ଥିଲା। ଶୀତର ପ୍ରକୋପ ଆହୁରି ୩ରୁ ୪ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ଆଭ୍ୟନ୍ତରୀଣ ଇଲାକାରେ ଆଜି ତୁଷାରପାତ ହୋଇଥିବା ଜଣାପଡ଼ିଛି। ତେବେ ଶୀତ ବଢ଼ିଲେ କାଳେ କରୋନା ବଢ଼ିବ, ତାକୁ ନେଇ ଜିଲ୍ଲାବାସୀ ଆଶଙ୍କାରେ ରହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ତାପମାତ୍ରା ୯ଡିଗ୍ରି ରେକର୍ଡ଼ କରାଯାଇଛି। ସକାଳ ୮ଟା ପର୍ଯ୍ୟନ୍ତ ଘନକୁହୁଡ଼ି ଯୋଗୁଁ ଗମନାଗମନରେ ସମସ୍ୟା ଉପୁଜୁଛି। ହେଲେ ଶୀତର ମଜାନେବା ପାଇଁ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ମିଡ଼ିଉବାନ୍ଧା ଜଳପ୍ରପାତ, ଲଭର୍ସ ପଏଣ୍ଟ, ସାଇଲେଣ୍ଟ ଭ୍ୟାଲି, କଫି ବଗିଚା , ଝାଉଁବଣ, ହିଲ୍ଭିଉ, ପ୍ରାକୃତିକ ଉଦ୍ୟାନ ଓ ଏମୁପକ୍ଷୀ ପାର୍କରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।
The post ହାଡ଼ଭଙ୍ଗା ଜାଡ଼, ଫୁଲବାଣୀରେ ୫.୫ ଡିଗ୍ରିକୁ ଖସିଲା ପାରଦ first appeared on Sambad.
from ଜିଲ୍ଲା – Sambad https://ift.tt/3rd61uZ
0 Comments