ନୟାଗଡ଼ : ନାବାଳିକା ପରୀ ହତ୍ୟା ମାମଲାରେ ଆଜି ତା’ର ଗାଁ’ ଯଦୁପୁରର ଜଣେ ଯୁକ୍ତ ତିନି ଛାତ୍ରଙ୍କୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପଚରାଉଚରା କରିଛନ୍ତି।

ସୂଚନା ଅନୁସାରେ, ଏସ୍‌ଆଇଟି କିଛିଦିନ ତଳେ ଏହି ଛାତ୍ରଙ୍କର ରକ୍ତ, ଲାଳ ଆଦି ପରୀକ୍ଷା କରାଇଥିଲା ଏବଂ ଗତ ୨ ତାରିଖରୁ ତାଙ୍କ ମୋବାଇଲ୍‌ ଫୋନ୍‌ ଏସ୍‌ଆଇଟି ନେଇଯାଇଥିଲା। ତେବେ ମୋବାଇଲ କିମ୍ବା ସେଥିରେ ଥିବା କୌଣିସି ଫାଇଲ୍‌ରେ ପାସ୍‌ୱାର୍ଡ ପଡ଼ି ରହିଛି। ଯାହାକୁ ଏସ୍‌ଆଇଟି କର୍ତ୍ତୃପକ୍ଷ ଖୋଲିପାରିନଥିଲେ। ଯେଉଁଥିପାଇଁ ଏସ୍‌ଆଇଟି ମୋବାଇଲକୁ ଆଣି ଯଦୁପୁରର ଉକ୍ତ ଛାତ୍ରଙ୍କ ଘରକୁ ଆସିଥିଲା। ଛାତ୍ରଙ୍କୁ ପାସ୍‌ୱାର୍ଡ ବିଷୟ‌ରେ ପଚାରିଥିବା ବେଳେ, ସେ ପାସୱାର୍ଡ ପକାଇନଥିବା କହିଥଲେ। ଯାହାକୁ ନେଇ ଏସ୍‌ଆଇଟି କର୍ତ୍ତୃପକ୍ଷ ବିରକ୍ତ ହୋଇଥିବା ଜଣାପଡ଼ିଛି। ଏଥିସହିତ, ଏସ୍‌ଆଇଟି କର୍ତ୍ତୃପକ୍ଷଏହି ‌ମୋବାଇଲକୁ ପୁନର୍ବାର ଜବତ୍ କରି ନେଇ ଆସିଥିବା ଜଣାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପରୀ ନିଖୋଜ ହେବା ପୂର୍ବଦିନ ଉକ୍ତ ଛାତ୍ରଙ୍କଠାରୁ ଜାମୁକୋଳି ଖାଇଥିଲା। ଏହା ପରଦିନ ଜାମୁ କୋଳି ଖାଇବା ଲୋଭରେ ଆସି ନାହିଁ ତ? ଏହି ପଶ୍ନକୁ ଭିତ୍ତିକରି ଉକ୍ତ ସେତେବେଳେ ପୁଲିସ୍‌ ଛାତ୍ରର ମା’ଙ୍କ ଲାଏଡିଟେକ୍ସନର ଯୋଜନା କରାଯାଉଥିଲା। ହେଲେ ଏଠାତ୍‌ ଏହି ଯୋଜନା କାହିଁକି ପଣ୍ଡ ହେଲା, ତାହା ସନ୍ଦେହ ଘେରରେ। ଏବେ ଉକ୍ତ ଛାତ୍ରଙ୍କୁ ଏସ୍‌ଆଇଟି ସ୍କାନର୍‌ରେ ରଖି କଠୋର ହୋଇଥିବାରୁ, ହତ୍ୟାକାରୀ ସମ୍ପର୍କରେ ଏସ୍‌ଆଇଟି କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଥିବା ଅନୁମାନ କରାଯାଉଛି।

The post ମୋବାଇଲ୍‌ରେ ଥାଇପାରେ ପରୀ ହତ୍ୟା ରହସ୍ୟ : ଯୁକ୍ତ ୩ ଛାତ୍ର ଉପରେ ଏସ୍‌ଆଇଟିର ନଜର first appeared on Sambad.



from ଜିଲ୍ଲା – Sambad https://ift.tt/3gyHhsp