
କଟକ: ଛେଳି କହି ଲୋକଙ୍କୁ ଚଢା ଦରାରେ ମେଣ୍ଢା ମାଂସ ବିକ୍ରି କରୁଥିବା ମାଂସ ବେପାରୀଙ୍କୁ ଏଥର ନିସ୍ତାର ନାହିଁ। ଗତକାଲି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହିତ ୧୬ ଟି ମେଣ୍ଡା ଓ ପ୍ରାୟ ଦଶ କିଲୋ ମେଣ୍ଢା ମାଂସ ଜବତ କରିଥିଲା ଚାଉଳିଆଗଂଜ ଥାନା ପୁଲିସ। ଏହି ମାଂସକୁ ଫରେନସିକ ଲ୍ୟାବକୁ ପଠାଇ ଦିଆଯାଇଛି। କିନ୍ତୁ ଗିରଫ ବେପାରୀ ମାନେ ଜେରା ସମୟରେ କଟକ ସହରର ନିର୍ଦ୍ଦିଷ୍ଟ କିଛି ହୋଟେଲ, ଫାଷ୍ଟ ଫୁଡ଼ ଷ୍ଟଲଙ୍କୁ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ମେଣ୍ଢା ମାଂସ ଯୋଗାଉଥିବା ତଥ୍ୟ ପୁଲିସକୁ ଦେଇଛନ୍ତି।
ଚାଉଳିଆଗଞ୍ଜ ପୁଲିସ ଏ ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଛେଳି କହି ମେଣ୍ଢା ମାଂସ ବିକୁଥିବା ବ୍ୟବସାୟୀଙ୍କ ଉପରେ ଚଢାଉ ଜୋରଦାର ହେବ ବୋଲି ସୂଚନା ଦେଇଛି। ସେହିପରି କଟକ ସହରରେ ଥିବା ଖାନନଗର କଂସେଇ ଖାନା, ପୋତାପୋଖରୀ କଂସେଇ ଖାନା, ସେମିନାରୀ ଛକ, ବିଡାନାସୀରେ ଏହି ମେଣ୍ଢା ମାଂସ ବେପାର ଜମୁଥିବା ବେଳେ ଏହା ଉପରେ କାହାରି ନଜ଼ର ନ ପଡିବା ସନ୍ଦେହ ସୃଷ୍ଟି କରିଛି।
The post ନକଲି ମାଂସ କାରବାର; ଜେରାରେ ତଥ୍ୟ ଓଗାଳିଲେ ୩ ଗିରଫ ବ୍ୟବସାୟୀ; ପରୀକ୍ଷା ପାଇଁ ଗଲା ଜବତ ମାଂସ first appeared on Sambad.
from ଜିଲ୍ଲା – Sambad https://ift.tt/37Cv3uq
0 Comments