
ଡେରାବିଶ: ୮୦ଦଶକରେ ଡେରାବିଶ ଫାଣ୍ତି ବଜାରରେ ଥିବା ଏକ ଭଡା ଘରେ ଆରମ୍ଭ ହୋଇଥିଲା ଡେରାବିଶ ଫାଣ୍ତି। ପରବର୍ତ୍ତୀ ଅବସ୍ଥାରେ ମାଣିଖଣ୍ତିରେ ନିର୍ମିତ ନିଜସ୍ବ ଗୃହକୁ ସ୍ଥାନାନ୍ତର ହୋଇଥିଲା। ୨୦୦୯ ରେ ଫାଣ୍ତିକୁ ଥାନାର ମାନ୍ୟତା ମିଳିଥିଲା। ଥାନା ସୀମାରେ ନରସିଂହପୁର, ଏଣ୍ତର, ରଘୁଦେଇପୁର, ଲକ୍ଷ୍ମୀନାରାୟଣପୁର, ବାଲିଆ, ଗୋଲରାହାଟ, ଚାଟରାଚକଡା କୁରୁଜଙ୍ଗା, କାଉପଡା, ଖମୋଳ ଓ ପଲେଇ ଆଦି ପଂଚାୟତ ରହିଛନ୍ତି।
ଥାନା ଅଧୀନରେ ଏକ ପୁଲିସ ବିଟ ହାଉସ ରହିଛି। ଥାନାଧିକାରୀଙ୍କୁ ଛାଡି ୨ସବଇନସପେକ୍ଟର, ଜଣେ ଏଏସଆଇ, ଜଣେ ହାବିଲଦାର ଓ ୧୨ କନଷ୍ଟେବଳ କାର୍ଯ୍ୟରତ। ଗୋଟିଏ ଏଏସଆଇ ଓ ଜଣେ କନଷ୍ଟେବଳ ପଦ ଖାଲି ପଡ଼ିଛି। ଥାନା ପରିସରରେ ବିସ୍ତୀର୍ଣ୍ଣ ଜମି ପଡିଥିବା ବେଳେ କର୍ମଚାରୀଙ୍କ ରହିବା ପାଇଁ ଘର ସୁବିଧା ନାହିଁ।
The post ଆମ ଥାନା କଥା: ଡେରାବିଶ ଫାଣ୍ତିରେ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ନାହିଁ first appeared on Sambad.
from ଜିଲ୍ଲା – Sambad https://ift.tt/2I82Bbc
0 Comments