ଭଦ୍ରକ: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି।
ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ନେଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆନ୍ଦୋଳନ ଧାରଣା ଧର୍ମଘଟ କରାଯାଉଛି। ସରକାରଙ୍କୁ ଏନେଇ ବହୁବାର ଦାବିପତ୍ର ଦିଆଯାଇଛି, ମାତ୍ର ରାଜ୍ୟ ସରକାର ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ନେଇ ମୁହଁ ଖୋଲୁ ନଥିବା ବେଳେ ଭଦ୍ରକବାସୀ ଏହାକୁ ଘୋର ବିରୋଧ କରୁଛନ୍ତି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ।
ସାମାଜିକ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଭଦ୍ରକ ଜିଲ୍ଲାର ହକ୍ ହେଉଛି ମେଡିକାଲ୍ କଲେଜ। ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭଦ୍ରକ ବନ୍ଦ କରାଯାଇଛି। ସକାଳୁ ଭଦ୍ରକର ବନ୍ତ ଛକ, କଚେରି ବଜାର, ଚରମ୍ପା ଷ୍ଟେସନ ବଜାର, ଚରମ୍ପା ସହର, ସ୍କୁଲ୍ ରୋଡ଼, ବାଇପାସ୍ ଛକ, ଚାନ୍ଦବାଲି ରୋଡ଼, ରଣିତଲ୍ ଛକ, ଆରଡ଼ି ଛକ, ଅପର୍ତିବିନ୍ଧା ଛକ, ଟାଉନ୍ ହଲ୍ ଛକ, ଶନି ମନ୍ଦିର ଛକ, ନୂଆ ବାସ ଷ୍ଟାଣ୍ଡ ଛକ, ନକଙ୍ଗ ଛକ , ବାରିକପୁର ଛକଠାରେ ବନ୍ଦ କରାଯାଇଛି।
୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରାଯାଇଛି। ଭଦ୍ରକର ସରକାରୀ ଅଫିସକୁ ବନ୍ଦ କରାଯାଉଛି। ରାଜପଥ ବନ୍ଦ ରହିବାରୁ ହଜାର ହଜାର ଗଡ଼ି ରାସ୍ତା ଉପରେ ଠିଆ ହୋଇ ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜିର ଏଇ ବନ୍ଦ ବେଳେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଉଛି।
The post ୧୨ ଘଣ୍ଟିଆ ଭଦ୍ରକ ବନ୍ଦ: ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ first appeared on Sambad.
from ଜିଲ୍ଲା – Sambad https://ift.tt/2VYRGUF
0 Comments