ରାୟଗଡ଼ା: ରାୟଗଡ଼ାରେ ମୂଲ୍ୟବାନ ରତ୍ନ ପଥର ଜବତ ଘଟଣାରେ ଜଡ଼ିତ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଏ ଦୁହେଁ ହେଲେ ବୌଦ୍ଧର ରାଧାମୋହନ ମାହାନା (୫୩) ଏବଂ ମୁନିଗୁଡ଼ାର ସୁବାସ ରତ୍ନଲ୍ଲୁ(୪୫)। ରାଧାମୋହନ ମାହାନା ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ ବୋଲି ସୂଚନା ମିଳିଛି। ଏ ଦୁହେଁ ରତ୍ନ ପଥର ଯୋଗାଣ କରୁଥିଲେ ଏବଂ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରାଙ୍କ ଠାରୁ ରତ୍ନ ପଥର କିଣୁଥିଲେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଏସଟିଏଫ ଟିମ ପକ୍ଷରୁ ରାୟଗଡ଼ାରେ ଚଢ଼ଉ କରାଯାଇ,୧୫୧ କିଲୋଗ୍ରାମ୍ ଓଜନର ମୂଲ୍ୟବାନ ରତ୍ନ ପଥର ଜବତ ହୋଇଥିଲା। ସହରର ଜଗନ୍ନାଥ କମ୍ପ୍ଲେକ୍ସରେ ଚଢ଼ଉ ପରେ ଜଣେ ବ୍ୟକ୍ତିଙ୍କ ଘରୁ ଏହି ରତ୍ନ ପଥର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଥିଲା।
ଏହି ମାମଲାରେ ଏସଟିଏଫ ଟିମ୍ ଜଣଙ୍କୁ ଗିରଫ କରି ପଚରାଉଚରା କରୁଥିଲା। ଗିରଫ ବ୍ୟକ୍ତିଙ୍କ ନାମ ଜିତେନ୍ଦ୍ର କୁମାର ବେହେରା ଓ ତାଙ୍କ ଘର ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଲି ଗ୍ରାମରେ ବୋଲି ଜଣାଯାଇଥିଲା। ସେ ରାୟଗଡ଼ାରେ ପ୍ରାୟ ତିନି ବର୍ଷ ଧରି ରହି ଆସୁଥିଲେ। ଏଠାରେ ବିଭିନ୍ନ ପ୍ରକାରର ରତ୍ନପଥର ଆଣି କାରବାର କରୁଥିଲେ।

 

The post ରାୟଗଡ଼ାରେ ମୂଲ୍ୟବାନ ରତ୍ନ ପଥର ଜବତ ଘଟଣା: ଜଣେ ଶିକ୍ଷକଙ୍କ ସମେତ ଆଉ ଦୁଇ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/374na1Y