
ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଥାଲକୁଡି ପଞ୍ଚାୟତର ଷାଠିବାଟି ଗ୍ରାମର ଜଣେ ମଧ୍ୟମ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ନାମ ଉପେନ୍ଦ୍ର ସାହୁ। ତାଙ୍କୁ ୪୦ ବର୍ଷ ବୟସ। ଉପେନ୍ଦ୍ରଙ୍କ ମୃତଦେହ ବରଗଛରେ ଝୁଲୁଥିବାର ଦେଖିବା ପରେ ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଉପେନ୍ଦ୍ରଙ୍କର ମଙ୍ଗଳପୁର ଛକରେ ଏକ ଫଳ ଦୋକାନ ରହିଥିବା ବେଳ ଆଜି ଘରଠାରୁ କିଛି ଦୂର ମଙ୍ଗଳାଡିହ ଅଂଚଳର ଏକ ବରଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେହି ନିକଟରେ ତାଙ୍କ ସାଇକେଲ ସହ ପାଣି ଓ ମଦ ବୋତଲ ବି ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ସନ୍ଦେହ ଘେରରେ ରହିଛି। କିନ୍ତୁ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ମଙ୍ଗଳପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଵା ସହ ତଦନ୍ତ ଆରମ୍ଭ କରିଛି।
The post ଯାଜପୁର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ first appeared on Sambad.
from ଜିଲ୍ଲା – Sambad https://ift.tt/2VZSOr8
0 Comments