ଚାନ୍ଦବାଲି: ବୈତରଣୀର ଶାଖା ନଦୀ ମନ୍ତେଇ ନଇର ଅକାତ ପାଣିକୁ ନଦୀରେ କୁମ୍ଭୀର ହାଉଯାଉ । ମନ୍ତେଇ ନଦୀରେ କୁମ୍ଭୀର ପ୍ରାଦୁର୍ଭାବ ଏତେ ବଢ଼ି ଯାଇଛି ଯେ ଲୋକେ ନଇ କୂଳକୁ ଯିବା ପାଇଁ ଭୟ କରୁଛନ୍ତି । ଗତ କିଛି ଦିନ ତଳେ ହାବେଳୀ ଘାଟ ନିକଟରେ ଏକ ଗର୍ଭଣୀ ଗାଈକୁ କୁମ୍ଭୀର ଟାଣି ନେଇଥିବା ବେଳେ ଗତକାଲି ପଂଚୁଟିକ୍ରୀ ଘାଟ ନିକଟରେ ଜଣଙ୍କୁ ଟାଣି ନେଇଥିବା ବେଳେ ଆଜି ଉକ୍ତ ଚାଷୀଙ୍କ ଶବ ଘାଟ ଠାରୁ ମାତ୍ର ୨୦୦ ମିଟର ଦୂରରେ ଉଦ୍ଧାର କରାଯାଇଛି । ଚାଷୀ ନବଘନ ନାୟକ(୬୪)ଙ୍କ ମୁହଁ ଓ ପିଚାରେ କୁମ୍ଭୀର କାମୁଡ଼ା ଚିହ୍ନ ରହିଥିବା ବେଳେ ଆଜି ଏକ ବୋଟ ଯୋଗେ ସମ୍ପର୍କକୀୟମାନେ ଉଦ୍ଧାର କରି କୂଳକୁ ଆଣିଛନ୍ତି । ବୃଦ୍ଧ ଚାଷୀଙ୍କ ଶବ କୂଳକୁ ଅଣାଯିବା ପରେ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ସାରା ଅଂଚଳ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ତେବେ ନଦୀ ମଧ୍ୟରେ ଦିନକୁ ଦିନ କୁମ୍ଭୀରଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବନବିଭାଗ ପକ୍ଷରୁ ନଦୀଘାଟରେ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି ।

Saltwater crocodile guide: diet and where they live in the wild - Discover Wildlife
Discover Wildlife

ସୂଚନା ଥାଉକି ଗତକାଲି ସଂଧ୍ୟା ସମୟରେ ନବଘନ ନାୟକ ନିଜ ଗାଈ ପାଇଁ ନିକଟସ୍ଥ ମନ୍ତେଇ ନଦୀ ପଂଚୁଟିକ୍ରୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ଜୁଆରୀଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ତେବେ ନବଘନ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ନଦୀ ନିକଟରେ ଖୋଜାଖୋଜି କରିଥିବା ବେଳେ ନଦୀ କୂଳେ ଫାଉଡ଼ା ଓ ଦା ପଡ଼ିଥିବା ବେଳେ ନଦୀରେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସଂଦେହ କରି ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ ଆଜି ସକାଳୁ ଧାମରା ଦମକଳ ବିଭାଗକୁ ଖବର ଦେଇଥିବା ବେଳେ ଦମକଳ ବିଭାଗ ପକ୍ଷରୁ ବୋଟ ଯୋଗେ ବିଭିନ୍ନ ମନ୍ତେଇ ନାଦୀର ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ବୃଦ୍ଧଙ୍କ ପତା ମିଳିନାହିଁ । ବୃଦ୍ଧଙ୍କୁ ହରାଇ ସପରିବାର ଆତ୍ମୀୟ ସ୍ୱଜନଙ୍କ କକାନ୍ଦବୋବାଳିରେ ନଦୀକୂଳ ଏକ ଶୋକାକୂଳ ପରିବେଶ ସୃଷ୍ଟି କରୁଥିଲା

The post କୂଳରେ ଘାସ କାଟୁଥିଲେ, ଟାଣି ନେଲା କୁମ୍ଭୀର; ମନ୍ତେଇ ନଦୀରୁ ଚାଷୀଙ୍କ ଶବ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/2JsUE1d