ନୟାଗଡ଼: ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଆଜି ସକାଳେ ଏସ୍ଆଇ ଟି ଉଠାଇ ନେଇଛି। ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍ଆଇଟି ଉଠାଇନେଇଛି। ତେବେ ସେମାନଙ୍କୁ ନୟାଗଡ଼ରୁ ବାହାରକୁ ଜେରା କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆ ଯାଇଥିବା ଖବର ମିଳିଛି।
ଆଜି ସକାଳୁ ସକାଳୁ ଏସ୍ଆଇଟିର ପ୍ରାୟ ୧୦ ଜଣ ସଦସ୍ୟ ପରୀର ଗ୍ରାମ ଯଦୁପୁରରେ ଅଚାନକ ପହଞ୍ଚି ସରୋଜ ଓ ତାଙ୍କ ପରିବାରବର୍ଗଙ୍କୁ ଉଠାଇ ନେଇଥିଲେ। ସରୋଜ ପରୀ ଘରର ପଡ଼ୋଶୀ ହୋଇଥିବା ବେଳେ, ତାଙ୍କ ବାଡ଼ି ପଛ ପଟୁ ପରୀର ଶବ ଉଦ୍ଧାର ହୋଇଥିଲା।
ସୂଚନାଯୋଗ୍ୟ, ଏସ୍ ଆଇ ଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସରୋଜ ଅଭିଯୋଗ ମଧ୍ୟ ଆଣିଥିଲେ। ତାଙ୍କୁ ପରୀ ମାମଲାରେ ଫସାଇବାକୁ ବୋଥ୍ରା ପ୍ରବର୍ତ୍ତାଉଥିବା ଏବଂ ଏଥିଲାଗି ୫ଲକ୍ଷ ଟଙ୍କା ଯାଚୁଥିବା କହିଥିଲେ। ତେଣେ ସରୋଜଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଓଡ଼ିଶା ପୁଲିସ ସ୍ପଷ୍ଟୀକରଣ ରଖିଛି।
The post ପରୀ ହତ୍ୟାକାଣ୍ଡ ମାମଲା: ସନ୍ଦିଗ୍ଧ ସରୋଜଙ୍କ ସମେତ ମା’ ଓ ଭଉଣୀଙ୍କୁ ଉଠାଇ ନେଲା ଏସ୍ଆଇଟି first appeared on Sambad.
from ଜିଲ୍ଲା – Sambad https://ift.tt/2WwQSqe
0 Comments