ରାଉରକେଲା: ଯୁବକଙ୍କୁ ପଥରରେ ଛେଚି ହତ୍ୟା!

 ରାଉରକେଲା: ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କର କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଛି l ଶବ ନିକଟରେ ରକ୍ତ ଭିଜା ପଥର ପଡ଼ି ଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ମୃତ ଯୁବକଙ୍କର ପରିଚୟ ମିଳି ପାରିନିl

ବନ୍ଧମୁଣ୍ଡା ପୁଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତିl ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛିl ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶୌଚ କରିବାକୁ ନାଳାକୁ ଯିବା ବେଳେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେl ସେମାନେ ଘଟଣା ସଂକ୍ରାନ୍ତରେ ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେl ଗତ ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଗୁଳିକାଣ୍ଡ, ହତ୍ୟା ଘଟଣା  ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛିl

The post ରାଉରକେଲା: ଯୁବକଙ୍କୁ ପଥରରେ ଛେଚି ହତ୍ୟା! first appeared on Sambad.



from ଜିଲ୍ଲା – Sambad https://ift.tt/2WwrzEV

Post a Comment

0 Comments