ବେଗୁନିଆପଡ଼ା: ବେଗୁନିଆପଡ଼ା ବ୍ଲକ୍‌ ବଡ଼ ଖଇରଖମା ଗ୍ରାମରେ ଗତ ଡିସେମ୍ବର ୧୦ ତାରିଖ ଦିନ ଗାଁ ଦାଣ୍ଡରେ ନିଜ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ସିଦ୍ଧାର୍ଥ ବାରିକ (୬) ଏକ ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବାଣଟି ପାପୁଲିରେ ଫୁଟି ଯାଇଥିଲା। ଫଳରେ ସିଦ୍ଧାର୍ଥର ପାପୁଲିରେ ଗଭୀର କ୍ଷତ ହେବା ସହ କିଛି ଆଙ୍ଗୁଡ଼ି ଛିଣ୍ଡି ଯାଇଥିଲା। ଗୁରୁତର ସିଦ୍ଧାର୍ଥଙ୍କୁ ତାଙ୍କ ମାଆ କୁନି ବେହେରା

ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ପାପୁଲିକୁ ସିଲେଇବା ପରେ ତାକୁ କଟକ ନେବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଅର୍ଥ ଅଭାବରୁ କୁନି ପୁଅ ସିଦ୍ଧାର୍ଥକୁ ଧରି ନିଜ ବାପଘରକୁ ଚାଲି ଆସିଥିଲେ। ପରେ କୁନି ଧାର କରିବା ସହ ସୁନାଗହଣା ବନ୍ଧା ରଖି ଟଙ୍କା ଯୋଗାଡ଼ କରି ସିଦ୍ଧାର୍ଥକୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅସ୍ତ୍ରୋପଚାର ବେଳେ ସିଦ୍ଧାର୍ଥର ୩ଟି ଆଙ୍ଗୁଠି କାଟିବାକୁ ପଡ଼ିଥିଲା ଏବଂ ୮ ଦିନ ପରେ ପୁଣି ଅବସ୍ଥା ଦେଖି କାର୍ଯ୍ୟ କରାଯିବ ବୋଲି ଡାକ୍ତର ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବାପା ସନ୍ତୋଷ ସୁରତରେ କାମ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆସି ନଥିବା ଜଣାପଡ଼ିଛି। ସିଦ୍ଧାର୍ଥର ଅଧିକ ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ମାଆ କୁନି ନିବେଦନ କରିଛନ୍ତି।

The post ନାବାଳକ ହାତରେ ବାଣ ଫୁଟିବା ଘଟଣା: ସିଦ୍ଧାର୍ଥର ତିନି ଆଙ୍ଗୁଠି କଟଗଲା first appeared on Sambad.



from ଜିଲ୍ଲା – Sambad https://ift.tt/3aKVWQb