
ରାଉରକେଲା: ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ଅନ୍ତର୍ଜାତୀୟ ହକି ସଂଘ ସଭାପତି l ସଭାପତି ନରେନ୍ଦ୍ର ବାତ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ସକାଳ ପ୍ରାୟ ୯ଟାରେ ଷ୍ଟାଡିୟମରେ ପହଞ୍ଚିଥିଲେ l ସେମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡା ଓ ଆରଏସପି କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେl ଷ୍ଟାଡିୟମର ଭିତ୍ତିଭୂମି, ଆବଶ୍ୟକ ସୁବିଧା ସୁଯୋଗ ସହ ଷ୍ଟାଡିୟମ ପରିବର୍ଦ୍ଧିତ ଯୋଜନାର ସମୀକ୍ଷା କରିଛନ୍ତିl

କିଛି ସମୟ ପରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡ଼ା ସଚିବ ବିଶାଳଦେବ ପହଞ୍ଚିବେl ଏହାପରେ ହକି ଟିମ ସହ ଶ୍ରୀ ତ୍ରିପାଠୀ, ୫ ଟି ସଚିବ ରାଉରକେଲା ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କରିବେ। ରାଉରକେଲା ହାଉସରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛିl
The post ରାଉରକେଲା: ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ଅନ୍ତର୍ଜାତୀୟ ହକି ସଂଘ ସଭାପତି first appeared on Sambad.
from ଜିଲ୍ଲା – Sambad https://ift.tt/3m7hY1y
0 Comments