କୁଜଙ୍ଗ: କୁଜଙ୍ଗ ବ୍ଲକ୍‌ ମହ୍ଲାସାହି ପ˚ଚାୟତ ଅନ୍ତର୍ଗତ ତାଳଦଣ୍ତା(ଚୌଧୁରୀଗଡ଼ା)ର ଯୁବ ପ୍ରତିଭା ଯାତ୍ରା ଅଭିନେତା ମଣ୍ଟୁ ଦାସ। ଦିନେ ମଞ୍ଚ ଦୁଲୁକାଉଥିବା ଏହି ସ୍ବନାମଧନ୍ୟ କଳାକାର ଆଜି ଫାଷ୍ଟ୍‌ଫୁଡ୍‌ର ପସରା ଖୋଲି ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଖାସ୍‌ କରୋନା ପାଇଁ ତାଙ୍କର ବଦଳି ଯାଇଛି ଜୀବନ ଜୀବିକା, ଜୀବନଚର୍ଯ୍ୟା। ବଞ୍ଚିରହିବାର ସ˚ଘର୍ଷରେ ତାଙ୍କ କଳାନିନୈପୁଣ୍ୟ ଘର ଭିତରେ ବନ୍ଦୀ ହୋଇ ଯାଇଛି। ଶେଷକୁ ପଙ୍କପାଳ ଛକର କଟକ-ପାରାଦ୍ବୀପ ରାସ୍ତାରେ ଏକ ଫାଷ୍ଟଫୁଡ୍‌ କେନ୍ଦ୍ର ଖୋଲି ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ଦୁଇ ମାସ ତଳେ ଯାତ୍ରା ଅଭିନେତ୍ରୀ ଅନନ୍ୟାଙ୍କ ହାତ ଧରି ଘର ସ˚ସାର କରିଥିବା ମଣ୍ଟୁ ଏପରି ସ˚କଟ କଥା ସ୍ବପ୍ନରେ ବି ଭାବିନଥିଲେ। ଶିଶୁ ଅନନ୍ତ କାକରା, ଦମ୍‌ ବିରିଆନି ଭଳି ଫାଷ୍ଟ ଫୁଡ୍‌ରେ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। ବେଶ୍‌ ଭିଡ ବି ଜମୁଛି। କେବଳ ସୁସ୍ବାଦୁ ବ୍ୟଞ୍ଜନ ନୁହଁ କରୋନାର ସତର୍କତା ଓ ଯାତ୍ରା କଳାକାର ଢାଞ୍ଚାରେ ଚାହାଣୀ ଓ କଥାରେ ଗ୍ରାହକ ଆପେ ଟାଣି ହୋଇ ଯାଉଛନ୍ତି ତାଙ୍କ ପାଖକୁ।

Sambad

ତ୍ରିନାଥ ଗଣନାଟ୍ୟର ‘କଳଙ୍କିନୀ’ରେ କ୍ୟାପିଟାଲ ପର୍ଶୁ ଭୂମିକାର ସ˚ଳାପ ତାଙ୍କୁ ଯାତ୍ରାଜଗତରେ ନୂଆ ପରିଚୟ ଦେଇଥିଲା। ଜଣେପ୍ରତିଭାବନ କଳାକାର ଭାବେ ଅନେକ ବାହାବା ସାଉଁଟିଛନ୍ତି। ତାଳଦଣ୍ତା ଧୋବୀ ଦାସ ଓ ପା˚ଚାଳୀ ଦାସଙ୍କ ପୁଅ ମଣ୍ଟୁ କଲେଜ ପାଠ ସାରି ପ୍ରଦେଶ ଯାଆନ୍ତି ଜୀବିକା ଅନ୍ବେଷଣରେ। ସେଠାରେ ମ˚ଚ କଳାର ଅଭ୍ୟାସ ଓ ପୁଣି ଘରକୁ ଫେରି ଆର୍ଟ କଲେଜ୍‌ ଉଚ୍ଚ ଶିକ୍ଷାରେ ନାମ ଲେଖାସତ୍ବେ ଅଭିନୟ ନିଶା ବନ୍ଦ ହୁଏନି। ୨୦୦୨ରେ ପ୍ରଥମେ ସାତଶ˚ଖ ପରେ ଗୌରୀ, ତ୍ରିନାଥ ଗଣନାଟ୍ୟ, ଇନ୍ଦ୍ରଭୁବନ, ସଚ୍ଚିଦାନନ୍ଦରେ ଅଭିନୟ କରି ଓଡିଶାର ଯାତ୍ରା ଜଗତରେ ଏକ ପରିଚିତ ନାମ ପାଲଟନ୍ତି ୩୫ ବର୍ଷିୟ ଏହି ଯୁବ ଅଭିନେତା। ସେନାରେ କାର୍ଯ୍ୟରତ ଭାଇ ର˚ଜୀବ୍‌ଙ୍କ ପ୍ରେରଣା ତାଙ୍କୁ ସଫଳତା ପାଇଁ ବାଟ କଢ଼ାଏ। ତେବେ କରୋନା ମାଡରେ ୭ ମାସ ହେଲା ରୋଜଗାର ହରାଇଲେ। ଯାତ୍ରା ଦଳ ନା ସରକାର କେହି ବି ସହାୟତାର ହାତ ବଢ଼ାଇଲେନି।

ପଙ୍କପାଳ ତରୁଣ ଡ୍ରାମାଟିକ୍‌ କ୍ଲବ୍‌ର ବରିଷ୍ଠ ସଭ୍ୟ ବିପିନ କୁମାର ମିଶ୍ର କୁହନ୍ତି ରାଜ୍ୟ ସରକାର ଏହି ସ˚କଟ ସମୟରେ କଳାକାର ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ ସହ ସେମାନଙ୍କୁ ବିକଳ୍ପ ରୋଜଗାର କରିବାର ବ୍ୟବସ୍ଥା କରାଇଲେ ବହୁ ପ୍ରତିଭାବାନ କଳାକର ନିଜର ଦକ୍ଷତାକୁ ବଜାୟ ରଖି ପାରନ୍ତେ। ବାବା ବଳିଆଙ୍କୁ ନିଜର ଆଦର୍ଶ ମାନିଥିବା ମଣ୍ଟୁ କୁହନ୍ତି ଜୀବନରେ ପ୍ରତିଟି ସ˚କଟ ଓ ଆହ୍ବାନକୁ ଆମକୁ ଗ୍ରହଣ କରିବାକୁ ହେବ। ତେବେ କରୋନା ଯାତନା ଯୋଗୁ ଏବେ ଅନେକ କଳାକାର ଅଭିନୟରୁ ମୁହଁ ଫେରାଇ ନିଆରା ବୃତ୍ତିକୁ ଆପଣେଇଛନ୍ତି। ସେମାନେ ପୁଣି ରଙ୍ଗ,ପାଉଡର ମାଖି ମଞ୍ଚକୁ ଫେରିବେ କି ନାହଁ ସେନେଇ ଭରସା କରିପାରୁନାହାନ୍ତି।

The post ବଦଳିଗଲା ଜୀବନଜୀବିକା; ଯାତ୍ରା ଅଭିନେତା ମ˚ଟୁ ଦାସ ଏବେ ଫାଷ୍ଟଫୁଡ୍‌ ବିକ୍ରେତା first appeared on Sambad.



from ଜିଲ୍ଲା – Sambad https://ift.tt/2W7fGVu