ରାଉରକେଲା: ରାଉରକେଲା ସହରରେ ଗୋଟିଏ ପରେ ଜିଏସଟି ଠକେଇ ସାମ୍ନାକୁ ଆସିବାରେ ଲାଗିଛିl କେତେବେଳେ ଚା’ ଦୋକାନୀ, ନିରୀହ ମହିଳା ତ ପୁଣି କେତେବେଳେ ଠେଲାବାଲାଙ୍କ ନାଁରେ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ କରାଯାଉଛିl ଆଜି ପୁଣି ୪୨ କୋଟିର ଜିଏସଟି ଠକେଇ ହୋଇଛି l

ଆଜି ସକାଳୁ ଯାଜପୁର ଓ ରାଉରକେଲା ଜିଏସଟି ଟିମ୍ ମିଳିତ ଭାବେ ବାସନ୍ତୀ କଲୋନି, ଛେଣ୍ଡ କଲୋନି, ବନ୍ଧମୁଣ୍ଡାର ଚାରିଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତିl ଏଥିନେଇ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ଟିମ୍ ପଚରାଉଚରା କରୁଛିl ତଦନ୍ତର ଗୋପନୀୟତାକୁ ଆଖି ଆଗରେ ରଖି ଟିମର ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତିl

The post ରାଉରକେଲାରେ ପୁଣି ୪୨ କୋଟିର ଜିଏସଟି ଠକେଇ, ଦୁଇ ବ୍ୟବସାୟୀ ଅଟକ first appeared on Sambad.



from ଜିଲ୍ଲା – Sambad https://ift.tt/38kLWdH