
କଟକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ୍ କରି ବିଜୁ ପକ୍କା ଘର ଯୋଜନା କରିବା ବିରୋଧରେ ବିଜେପି କଟକ ନଗର ଶାଖା ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। କଟକ ମ୍ୟୁନିସିପାଲ କର୍ପୋରେସନର ବିକାଶ ଭବନ ସାମନାରେ ଏହି ସଭା ବସିଥିଲା। ସଭା ଆୟୋଜନ ପରେ କାର୍ଯ୍ୟକର୍ତ୍ତାମାନେ କଟକ କମିସନରେଟ୍ ପୁଲିସର ସମସ୍ତ ଥାନାରେ ଏଭଳି ଜାଲିଆତି ବିରୋଧରେ ଅଭିଯୋଗ କରି ରାଜ୍ୟ ସରକାର ବିରୋଧରେ ଏତଲା ଦେଇଥିଲେ।
ଆଜି ଆୟୋଜିତ ସଭା ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ବେଳେ ସଭାରେ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ବିଶ୍ୱରଞ୍ଜନ ମିଶ୍ର, କର୍ପୋରେଟର ବୈଦେଶ୍ୱର ପଣ୍ଡା, ଦେବାନନ୍ଦ ସିଂ, ନନ୍ଦ କିଶୋର ଜେନା, ଗୋପାଳ ବେହେରା, ପୁଷ୍ପିତା ମହାପାତ୍ର, ନିତାଇଗୌର ମହାନ୍ତି, ସତ୍ୟବ୍ରତ ମିଶ୍ର, ସୁବାସ ମହାନ୍ତି, ଦୀପ୍ତି ସ୍ବାଇଁ, ଶିବେଶ ମିଶ୍ର, ଅମିତ ମିତ୍ର, ମୁନିନ୍ଦ୍ର ଭୋଳ, ଶିବ ପ୍ରସାଦ ସେଠୀ, ଅମ୍ବିକା ଦାସ, ଅମ୍ବିକା ସାମଲ, ପ୍ରସନ୍ନ ପ୍ରଧାନ, ନରହରି ଦାସ, ଗୋପାଳ ରାଓ, ଧୀରେନ୍ଦ୍ର ମହାନ୍ତି, ମମତା ନନ୍ଦି, ସଞ୍ଜୟ ଜେନା, ଜଗଦାନନ୍ଦ ତ୍ରିପାଠୀ, ଶ୍ରୀନିବାସ ରେଡ୍ଡୀ, ତନୁଶ୍ରୀ ମହାନ୍ତି, ଚନ୍ଦ୍ରଶେଖର ବିଶ୍ୱାଳ, ସୌମ୍ୟ ସ୍ବାଇଁ, ସନ୍ଦୀପ ମହାପାତ୍ର, ଦୀପ୍ତିରଞ୍ଜନ ସାହୁ, ଦିଲ୍ଲୀପ ରାୟ, ସଦାନନ୍ଦ ବିଶ୍ୱାଳ, ରଞ୍ଜନ କୁମାର ବେହେରା, ହୃଦାନନ୍ଦ ମହାନ୍ତି, ଦୀପକ କାହାଳୀ, ଧର୍ମେନ୍ଦ୍ର ଗୁପ୍ତା, ସୁଶାନ୍ତ ବେହେରା, ସଂଜୀବ ମହାପାତ୍ର, ବୁଲ ବେହେରା, ଶତ୍ରୁଘନ ଜେନା, ଶରତ ଭୋଳ, ପୁର୍ଣ ଭଞ୍ଜ, ହରପ୍ରିୟା ଧଳ, ସ୍ବାଗତିକା ମହାପାତ୍ର, ଲଳିତ ଗୁପ୍ତା, ସୌମେନ୍ଦ୍ର ପଲେଇ, ମିତାଲି ଦାସ, ବିବେକାନନ୍ଦ ମିଶ୍ର, ଅମିତ ମହାନ୍ତି, ଅଜିତ ଦାସ, ଅଭିନ୍ନ ଦେଓ, ପୂର୍ଣ୍ଣ ଚନ୍ଦ୍ର ଜେନା, ସତ୍ୟ ପଟ୍ଟନାୟକ, ପୌର୍ଣ୍ଣମାସି ମହାପାତ୍ର, ସୁମିତ୍ରା ସ୍ବାଇଁ, ସୁରେଶ ମହାନ୍ତି, ବ୍ରଜ କିଶୋର ସାହୁ, ସୀତା ସାହୁ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
The post ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ ଅଭିଯୋଗ; ସବୁ ଥାନାରେ ବିଜେପିର ଏତଲା first appeared on Sambad.
from ଜିଲ୍ଲା – Sambad https://ift.tt/3rBMpRv
0 Comments