କଟକ: ଚୌଦ୍ବାର ନିକଟସ୍ଥ ଯାଜଭୈରବ ନୂଆଗାଁଠାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟ ଘଟିଛି । ଚୌଦ୍ବାର ପୌରପାଳିକାର ୧୨ ନଂ ୱାର୍ଡ଼ର ବୁଢ଼ାଲିଙ୍ଗ ଗ୍ରାମର ରତ୍ନାକର ବେ‌ହେରା ଆଜି ସକାଳୁ ଧାନ କାଟିବାକୁ ବିଲକୁ ଯାଉଥିବାବେଳେ ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ। ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟ ଘଟିଥିଲା । ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଜଣାଇଥିଲେ। ଖବର ପାଇବା ମାତ୍ରେ ଚୌଦ୍ବାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟମନ୍ତ୍ରଣ କରିଥିଲେ।

ଘଟଣାସ୍ଥଳରେ ବନ ବିଭାଗର ରେଞ୍ଜର, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ପହଞ୍ଚିଥିଲେ।  ଗତକାଲି ରାତିରୁ ହାତୀପଲ ଗ୍ରାମରେ ଆତଙ୍କ ଚଳାଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇ ନ ଥିଲା। ଫଳରେ ଏଭଳି ଘଟଣା ଘଟିଛି। ଚାଷୀଙ୍କ ମୃତ୍ୟ ଲାଗି କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀ।

The post କଟକ ଚୌଦ୍ବାରରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟ first appeared on Sambad.



from ଜିଲ୍ଲା – Sambad https://ift.tt/3mJfqI7