ବାଂଶପାଳ (ଯୋଡ଼ା): ଶନିବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ କାଇଯୋଡ଼ା ଗ୍ରାମରେ ଜଣେ ବ୍ୟକ୍ତି ଗୋଟାଏ ଦନ୍ତାହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତି ହେଉଛନ୍ତି ୪୦ ବର୍ଷିୟ ଶ୍ରୀକାନ୍ତ ନାଏକ। ଗତ ରାତି ୮ଟା ବେଳେ ସେ ଗାଁ ପାଖ ଅଣ୍ଡିଆମରା ନାଳକୁ ଯାଇଥିବା ସମୟରେ ସେଠାରେ ବୁଲୁଥିବା ଗୋଟାଏ ଗୋଠଛଡ଼ା ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ।

ଦନ୍ତାହାତୀଟି ତା’ର ଦାନ୍ତଦ୍ୱାରା ଶ୍ରୀକାନ୍ତଙ୍କ ପେଟକୁ ଭୁସି ପକାଇଥିଲା। ଏଥିଯୋଗୁଁ ଘଟଣାସ୍ଥଳରେ ହିଁ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିଲା।

ବିଳମ୍ବିତ ରାତ୍ରରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଶ୍ରୀକାନ୍ତଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ।

The post ଦନ୍ତାହାତୀ ଦାନ୍ତ ଭୁସି ଦେବାରୁ ଜଣଙ୍କର ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3mAcBs3