
ବାଲିପାଟଣା : ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ଲୁଟ୍ ଓ ରାହାଜାନି ବଢ଼ିବାରେ ଚାଲିଛି। ସ୍ଥାନୀୟ ପୁଲିସ ଲୁଟେରାଙ୍କୁ ଧରିବାରେ ସକ୍ଷମ ହେଉ ନାହିଁ। ଅନ୍ୟପକ୍ଷରେ ଅଞ୍ଚଳରେ ବ୍ୟାପୁଥିବା ନିଶା କାରବାର ଏହାର ମୂଳ କାରଣ ବୋଲି ଆଲୋଚନା ହେଉଛି।
ସୂଚନା ଅନୁସାରେ, ଏହି ଥାନା ନରଦା ବଜାର ସାଇ ଶ୍ରୀ ମେଡ଼ିସିନ ଷ୍ଟୋରରୁ ଗତକାଲି ବିଳମ୍ୱିତ ରାତିରେ ଚୋରି ହୋଇଛି। ଦୋକାନର ସଟର ତାଡ଼ି ଦୋକାନରୁ ଏହି ଲୁଟ୍ ହୋଇଛି। ବେବି ଫୁଡ , ଲାକ୍ଟୋଡେକ୍ସ, ସିମିଲାକ ଆଇସୋମିଲ (ବେବିଫୁଡ ) ଆଦି ପ୍ରତ୍ୟେକରୁ ୧୦/୧୫ ପ୍ୟାକେଟ ଏବଂ କ୍ୟାସ ବକ୍ସରୁ ୧୫/୧୭ ହଜାର ଟଙ୍କା ଲୁଟ ହୋଇଛି| ଆନୁମାନିକ ୫୦ ହଜାରରୁ ଅଧିକ ଟଙ୍କାର ଚୋରି ହୋଇଛି।
ଗତକାଲି ମାଲିକ ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଚାଲିଯାଇଥିଲେ। ଭୋର ସମୟରେ ପାଖ ଦୋକାନୀ ଦୋକାନ ଖୋଲିବା ସମୟରେ ସଟର ଖୋଲା ଥିବା ଦେଖିଥିଲେ ଏବଂ ମାଲିକଙ୍କୁ ଫୋନ କରି ଜଣାଇଥିଲେ। ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏନେଇ ମେଡିସିନ ଷ୍ଟୋର ମାଲିକ ବନମାଳୀ ମାଝି ଥାନାରେ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି।
The post ମେଡିସିନ ଦୋକାନର ସଟର ତାଡ଼ି ଚୋରି, ପୁଲିସର ତଦନ୍ତ ଆରମ୍ଭ first appeared on Sambad.
from ଜିଲ୍ଲା – Sambad https://ift.tt/37MWW4s
0 Comments