କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗାଁର ଯଯାତି ପଟ୍ଟଯୋଶୀଙ୍କ ଘରୁ ଗତ ରାତିରେ ଏକ ବଡ଼ ଧରଣର ଲୁଟ୍ ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଲୁଟେରାମାନେ ରାତି ପ୍ରାୟ ଗୋଟାଏ ବେଳେ ୫ରୁ ୭ ଜଣ ମୁଖା ପିନ୍ଧା ଲୁଟେରା ଯଯାତି ପଟ୍ଟଯୋଶୀଙ୍କ ଘରେ ପଶିଥିଲେ। ସେମାନେ ବନ୍ଧୁକ ଦେଖାଇ ଘରର ସଦସ୍ୟମାନଙ୍କୁ ଏକ କୋଠରିରେ ଭର୍ତ୍ତି କରିଥିଲେ। ତା’ପରେ ଆଲମିରା ଭାଙ୍ଗି ସେଥିରେ ଥିବା ୪୦ ଭରି ସୁନା ଗହଣା, ଘରେ ଥିବା ଏକ ଟିଭି ଓ ବାରଣ୍ଡାରେ ଥିବା ଏକ ବୁଲେଟ୍ ମୋଟର ସାଇକେଲକୁ ନେଇ ଫେରାର ହୋଇଯାଇଥିଲେ।

ଲୁଟେରାମାନେ ଯିବା ପରେ ଯଯାତି ପାଟିକରି ଗାଁ ଲୋକଙ୍କୁ ଡାକିଥିଲେ। ହେଲେ ଗାଁ ଲୋକେ ପହଞ୍ଚିବା ପୂର୍ବରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ। ଏନେଇ ଯଯାତି କୋକସରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଖବର ପାଇ ରାତି ପ୍ରାୟ ୨ଟା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ଏହି ଲୁଟ୍ ଘଟଣାରେ କାହାରିକୁ ଗିରଫ କରି ନଥିବା ଜଣାଯାଇଛି।
The post କୋକସରାରେ ବନ୍ଧୁକ ମୁନରେ ୪୦ ଭରି ସୁନା ଲୁଟ୍ first appeared on Sambad.
from ଜିଲ୍ଲା – Sambad https://ift.tt/3rtJJ8r
0 Comments