
କଟକ: ବଡ଼ଦିନ ଅବସରରେ ସହରର ବିଭିନ୍ନ ଚର୍ଚ୍ଚ ଓ ଖ୍ରୀଷ୍ଟିୟାନ ସାହିରେ ଥିବା ଉପାସନା ଗୃହରେ ସିଏମସିର ୪ଟି ସ୍କ୍ବାଡ କୋଭିଡ୍ କଟକଣା ନିୟମ ପାଳନ ବ୍ୟବସ୍ଥା ଯାଞ୍ଚ କରିଥିଲା। ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଓ ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ଉକ୍ତ ୪ଟି ସ୍କ୍ବାଡ ସହରର ବିଭିନ୍ନ ଚର୍ଚ୍ଚକୁ ବୁଲି ଦେଖିଥିଲେ। ସକାଳ ସମୟରେ ଡେପୁଟି କମିସନର ଲତାଶ୍ରୀ ବାଗ ଓ ସଂଧ୍ୟା ସମୟରେ ଡେପୁଟି କମିସନର ଅବିନାସ ରାଉତଙ୍କ ନେତୃତ୍ବରେ ଏହା କରାଯାଇଥିଲା। କରୋନା ମହାମାରୀ ପାଇଁ ସହରର ପ୍ରମୁଖ ଚର୍ଚ୍ଚ ଗୁଡିକ ବନ୍ଦ ଥିବା ବେଳେ ଅଳ୍ପ କିଛି ଚର୍ଚ୍ଚରେ ଉପାସନା କରାଯାଇଥିଲା।
ସହରର ଅନେକ ଖ୍ରୀଷ୍ଟିୟାନ ସାହିରେ ଥିବା ସମାଜ ଗୃହ ଗୁଡିକୁ ସଜାଯାଇଥିବା ବେଳେ ସେଠାରେ ଉପାସନା କରାଯାଇ ନଥିଲା। ସାଧରଣ ଲୋକେ ଚର୍ଚ୍ଚ ଓ ସମାଜ ଗୃହକୁ ବୁଲି ଦେଖିବାକୁ ଆସୁଥିବା ବେଳେ ସେଠାରେ କୋଭିଡ୍ କଟକଣା ପାଳନ କରାଯାଇଥିବାର ସିଏମସି ଡେପୁଟି କମିସନର ଲତାଶ୍ରୀ ବାଗ କହିଛନ୍ତି। ୪ଟି ସ୍କ୍ବାଡରେ ସିଏମସି କର୍ମଚାରୀ ପଞ୍ଚାନନ୍ ପାଲ, ୟାସିର ଅହମ୍ମଦ୍ଙ୍କ ସହିତ ସିଏମସିର ଏନ୍ଫୋର୍ସମେଣ୍ଟ ଟିମ ଓ ସିଡିଏ ଟିମ୍ କର୍ମଚାରୀ ସାମିଲ ଥିଲେ।
The post ସିଏମସିର ୪ଟି ସ୍କ୍ବାଡ ବୁଲି ଯାଞ୍ଚ କଲା ଚର୍ଚ୍ଚ ଓ ସମାଜ ଗୃହ first appeared on Sambad.
from ଜିଲ୍ଲା – Sambad https://ift.tt/37PoCpy
0 Comments