ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ମୋହନପୁର ଗ୍ରାମର ପ୍ରମୋଦ ଦାସ ନାମକ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପ୍ରମୋଦଙ୍କ ମୃତ୍ୟୁକୁ ପୁଲିସ ଦୁର୍ଘଟଣାଜନିତ କହୁଥିବା ବେଳେ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରମୋଦଙ୍କୁ ଗାଁର କିଛି ଲୋକ ପଥରରେ ଛେଚି ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ ‌କରିଛନ୍ତି। ହେଲେ ଏଯାଏ କୌଣସି ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରମୋଦ ଗତକାଲି ବାଇକ୍‌ରେ ନିଜ ଗାଁକୁ ଫେରୁଥିବା ବେଳେ ମୁକୁନ୍ଦପୁରଠାରେ କିଛି ମହିଳାଙ୍କୁ ଧକ୍କା ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମର କିଛି ଲୋକ ସଂଘବଦ୍ଧ ଭାବେ ପ୍ରମୋଦଙ୍କୁ ପଥର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ଖଲ୍ଲିକୋଟ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୫ଟାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା।

ଆଜି ଅପରାହ୍ନରେ ଖଲ୍ଲିକୋଟ ଥାନାରେ ପହଞ୍ଚି ତାଙ୍କ ପୁଅକୁ ପଥରରେ ଆକ୍ରମଣ କରି ମାରିଦିଆଯାଇଥିବା ବାପା ଧୋବା ଲିଖିତ ଅଭିଯୋଗ କରିଛନ୍ତି। ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ବାଇକ୍‌କୁ ଜବତ କରିଛନ୍ତି। ଏସଂକ୍ରାନ୍ତରେ ଖଲ୍ଲିକୋଟ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

 

The post ପ୍ରମୋଦଙ୍କ ମୃତ୍ୟୁ: ଦୁର୍ଘଟଣା ନା' ହତ୍ୟା ? first appeared on Sambad.



from ଜିଲ୍ଲା – Sambad https://ift.tt/34wgKa8