
କଟକ : ସୁରକ୍ଷା ପ୍ରଦାନ ପ୍ରସଂଗରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ନୟାଗଡ ଏସ୍ପିଙ୍କୁ ଲିଖିତ ଭାବେ ଅବଗତ କରିବେ। ଏହାପରେ ଏକ ସପ୍ତାହ ଭିତରେ ଏସପି ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବେ। ଯଦି ସୌମ୍ୟରଂଜନଙ୍କ ପ୍ରଧାନଙ୍କୁ କୌଣସି ପ୍ରକାର ଧମକ ଦିଆଯାଉଥିବା କଥା ଜଣାପଡ଼େ ତେବେ ନୟାଗଡ଼ ଏସ୍ପି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏ ସଂପର୍କିତ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ସି.ଆର. ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ପରୀ ହତ୍ୟା ଘଟଣା ଏବେ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପରୀ ଗ୍ରାମ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ନୟାଗଡ଼ ଜିଲ୍ଲାପାଳ, ଏସ୍ପି, ସଦର ଥାନା ଆଇଆଇସି, ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଥିଲେ।
The post ସୁରକ୍ଷା ପାଇଁ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଆବେଦନ ମାମଲା : ଏସ୍ପିଙ୍କୁ ଅବଗତ କର: ହାଇକୋର୍ଟ first appeared on Sambad.
from ଜିଲ୍ଲା – Sambad https://ift.tt/3gzBhQ1
0 Comments