ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ପଞ୍ଚାୟତ ଭାଲିଆସର ଗ୍ରାମ ଜଙ୍ଗଲରେ ହୋଇଥିବା ଗଞ୍ଜେଇ କ୍ଷେତରେ ଆଜି ଚଢ଼ଉ କରି ପ୍ରାୟ ଏକ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନେତୃତ୍ୱରେ ପୁଲିସ, ଅବକାରୀ, ରାଜସ୍ୱ ଓ ବନ ବିଭାଗର ମିଳିତ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୮୦ ଡିସିମିଲ ସରକାରୀ ଜମିରୁ ପ୍ରାୟ ଏକ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି। ସମ୍ପୃକ୍ତ ଅସମୀ ଫେରାର ହୋଇଥିବା ବେଳେ ଏ ସମ୍ପର୍କରେ କୌଣସି ମାମଲା ରୁଜୁ କରାଯାଇନାହିଁ। ଗତ ୩ ତାରିଖରେ ଗ୍ରାମର ନାଳ ପାର୍ଶ୍ବର ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ୨ ଏକର ଜମିରୁ ୩ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଥିଲା।

The post ଗଞ୍ଜେଇ କ୍ଷେତରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ first appeared on Sambad.



from ଜିଲ୍ଲା – Sambad https://ift.tt/340vv4N