କଟକ: ଗାନ୍ଧୀପଲ୍ଲୀରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ। ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗାନ୍ଧୀପଲ୍ଲୀ ବସ୍ତିର ଗୋଟିଏ ପରିତ୍ୟକ୍ତ ଘରେ ଦୀର୍ଘ ଦିନ ହେବ କିଛି ଅସାମାଜିକ ଯୁବକ ନିଶା ଖାଇ ସେଠାରେ ପାଟି ତୁଣ୍ଡ କରୁଥିବା ପୁଲିସ ଖବର ପାଇଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ବହୁ ଥର ଖାଲି ହାତରେ ଫେରିବା ପରେ କାଲି ସାଧା ପୋଷକଧାରୀ କିଛି ପୁଲିସ ସେଠାକୁ ଯାଇ ନିଶାଶକ୍ତ ଯୁବକ ମାନଙ୍କୁ ବ୍ରାଉନ ସୁଗାର ମାଗିଥିଲେ। କିନ୍ତୁ ନିଶାସକ୍ତ ଯୁବକ ମାନେ ଆଗୁଆ ଟଙ୍କା ଦେଲେ ବ୍ରାଉନ ସୁଗାର ମିଳିବ ବୋଲି କହିବାରୁ ପୁଲିସ ସେମାନଙ୍କୁ ଅଗ୍ରୀମ ଟଙ୍କା ଦେଇଥିଲା।

Sambad

ଟଙ୍କା ପାଇବା ପରେ କଟକକୁ ବାଲେଶ୍ଵର ଓ ଭଦ୍ରକ ଅଞ୍ଚଳରୁ ବ୍ରାଉନ ସୁଗାର ଆଣି କଟକର କଲେଜ ଛାତ୍ରଙ୍କୁ ଯୋଗାଉଥିବା ଜଗତସିଂହପୁର ରେଢୁଆର ଆମ୍ବବରଦା ଗ୍ରାମର ଦୋରା ଓରଫ ଶିବ ମଳିକ( ୩୫)କୁ ଚାଉଳିଆଗଞ୍ଜ ଆଇଆଇସି ତାପସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶରେ ଏସ ଆଇ ନରେନ୍ଦ୍ର ପରିଡା ଥାନା ସ୍କ୍ବାଡ଼ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ ପ୍ରମୁଖ ବିଦ୍ୟାଧରପୁର ନିକଟରୁ ଗିରଫ କରିଥିଲେ। ଦୋରାର ସହଯୋଗୀ ସେହି ଗ୍ରାମର ନନ୍ଦୁ ଓରଫ ମନୋରଞ୍ଜନ ଦାସକୁ ଜଗତସିଂହପୁରରୁ ଗିରଫ କରାଯାଇଥିଲା। ଜବତ ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ତିନି ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି। ପୁଲିସ ଏହି ନିଶା ବେପାରୀଙ୍କ ଠାରୁ ୧୫.୦୩ ଗ୍ରାମର ବ୍ରାଉନ ସୁଗାର, ନଗଦ ଚାରି ହଜ଼ାର ଟଙ୍କା, ଦୁଇଟି ଦାମୀ ମୋବାଇଲ ଫୋନ, ଗୋଟିଏ ୟାମହା ଏଫ ଏଜ଼ ମୋଟର ସାଇକେଲ ଜବତ କରିଛି।

The post ଗାନ୍ଧୀପଲ୍ଲୀରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ; ୨ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3pmLGBT