ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଛକରେ ଥିବା ଇଣ୍ତିକ୍ୟାସ୍‌ ଏଟିଏମରୁ ଗତକାଲି ବିଳମ୍ବିତ ରାତିରେ ଗ୍ଲାସ୍‌ କଟର ସାହାଯ୍ୟରେ ଏଟିଏମ ମେସିନ୍‌ କାଟି ଟଙ୍କା ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। କେତେ ଟଙ୍କା ଲୁଟ ହୋଇଛି ସେନେଇ କିଛି ସୂଚନା ମିଳିପାରିନାହିଁ। ଉକ୍ତ ଏଟିଏମରେ କୌଣସି ସୁରକ୍ଷା କର୍ମଚାରୀ ନଥିଲେ। ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ସିଂଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବାଲେଶ୍ବର: ବିଳମ୍ବିତ ରାତିରେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ କଲେ ଦୁର୍ବୃତ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/2Ku2tEe