ସୁନ୍ଦରଗଡ଼: ଗୁରୁବାର ସକାଳୁ ସ୍ଥାନୀୟ ମାଛ ହାଟର ଏକ ଦୋକାନ ଭାଡିରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତାଙ୍କ ନାମ ସୁବାସ ତ୍ରିଵେଦୀ। ସେ ରାୟପୁରର ବ‌ାସିନ୍ଦା ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇ କହିଛନ୍ତି। ତ୍ରିଦେବୀ ସୁନ୍ଦରଗଡ଼କୁ ଆସି ଶ୍ରମିକ ଭାଵେ କାମ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସେ ମଦ୍ୟପାନ କରି ଆସୁଥିବା ବେଳେ ମାଂସ ହାଟ ସମ୍ମୁଖ ନଵନିର୍ମିତ ନାଳରେ ପଡି ଯାଇଥିଲେ। ଲୋକେ ତାଙ୍କୁ ଦେଖିବା ପରେ ସେଠାରୁ ଉଠାଇ ଆଣି ମାଛ ହାଟର ଏକ ଭାଡିରେ କମ୍ବଳ ଘୋଡାଇ ଶୁଆଇ ଦେଇଥିଲେ। ଆଜି ସକାଳୁ ସେ ମରି ପଡିଥିବା ଦେଖି ପୁଲିସକୁ ଖବର ଦିଆ ଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

The post ସୁନ୍ଦରଗଡ଼: ମାଛ ହାଟରୁ ଉଦ୍ଧାର ହେଲା ଯୁଵକଙ୍କ ମୃତଦେହ first appeared on Sambad.



from ଜିଲ୍ଲା – Sambad https://ift.tt/2IVatNF