କାଶୀପୁର: ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ କାଳିଆପଡ଼ା ଘାଟିରେ କାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ବସବାସ କରୁଥିବା ଆନ୍ଧ୍ର ପ୍ରଦେଶର ୩ ଜଣ ଶ୍ରମିକ ଟ୍ରାକ୍ଟରରେ ଟିକିରି ଦେଇ ନିଜ ରାଜ୍ୟ ଆଡ଼କୁ ଯାଉଥିଲେ। କୌଣସି କାରଣରୁ କାଳିଆପଡା ଘାଟିରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏଥିରେ ଜଣଙ୍କର ଘଟଣା ସ୍ଥଳରେ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଟିକିରି ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା । ଇତିମଧ୍ୟରେ ଅନ୍ୟ ଦୁଇଜଣ ଯାତ୍ରୀ ଘଟଣାସ୍ଥଳରେ ଥିବା ପ୍ରୋଟେକ୍ସନ ୱାଲରେ ବସି ଟ୍ରାକ୍ଟରକୁ ଜଗିଥିଲେ। ହେଲେ ଅନ୍ଧାରୁଆ ପୁଣି ବୁଲାଣି ଥିବାରୁ ଟିକିରି ଠାରୁ ଜେକେପୁର ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ୍ ଓଲଟିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା।
ଫଳରେ ଟ୍ରାକ୍ଟରର ଦୁଇଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେଇଯାଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କର ଗୋଟିଏ ହାତର ୪ ଟି ଆଙ୍ଗୁଠି ଛିଣ୍ଡି ଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସେମାନଙ୍କୁ ଟିକିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଶବ ପଡ଼ିରହିଥିବା ଜଣାପଡ଼ିଛି।
The post କାଳିଆପଡ଼ା ଘାଟିରେ ଅଭାବନୀୟ ଘଟଣା: ଓଲଟି ପଡ଼ିଥିବା ଟ୍ରାକ୍ଟରକୁ ପିଟିଲା ଟ୍ରକ୍, ୨ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3qLcQUu
0 Comments