
କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଜେନେରେଟର ଧୂଆଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦)। ଗୁରୁତରଙ୍କ ମଧ୍ୟରୁ ଶମ୍ଭୁ ନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏକ ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ଜେନେରେଟର ଚାଲୁଥିବା ରୁମରେ ଏମାନେ ଶୋଇଥିଲେ। ରୁମର କବାଟ, ଝରକା ଦେଇ ଶୋଇ ପଡ଼ିଥିବାରୁ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ଦୁହେଁ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି।
The post ଜେନେରେଟର୍ ଧୂଆଁରେ ଶ୍ବାସରୁଦ୍ଧ ହୋଇ ଦୁଇଜଣଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/341372B
0 Comments