
ରାୟଗଡ଼ା/ବ୍ରହ୍ମପୁର: ରାଜ୍ୟର ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରୁ ମିଶି କରି ପାଖାପାଖି୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି।
ରାୟଗଡ଼ାର ମୁନିଗୁଡ଼ାସ୍ଥିତ ଟିକରପଡ଼ା ହରିଜନ ସାହିର ଏସ୍ଏଚ୍-୫ରୁ ୧ କୋଟି ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏକ ପିଚୁ ବୋଝେଇ ଟ୍ରକ୍ରେ ପ୍ରାୟ ୨ ଟନ୍(୨୦ କ୍ବିଣ୍ଟାଲ୍) ଗଞ୍ଜେଇ ଚାଲାଣ ହେଉଥିବା ବେଳେ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଏହାକୁ ଜବତ କରିଥିବା ସୂଚନା ରହିଛି। ତେବେ ଗଞ୍ଜେଇ ଜବତ ହେବା ପରେ ଟ୍ରକ୍ ଚାଳକ କେଉଁଆଡ଼େ ଫେରାର୍ ହୋଇ ଯାଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଅନେକ ଅପରାଧୀକ ସାମଗ୍ରୀ ମଧ୍ୟ ଜବତ ହୋଇଛି।
ଏପଟେ ବ୍ରହ୍ମପୁରର ବୈଦନାଥ ଥାନା ଅନ୍ତର୍ଗତ ଲାଞ୍ଜିପଲୀ ବାଇପାସ୍ରୁ ୧୧ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି। ଏହାର ବଜାର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗୋଟିଏ ପିକ୍ଅପ୍ ଗାଡ଼ି, କାର୍ ଓ ମିନି ଟ୍ରକ୍ରେ ଉତ୍ତରାଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଥିବା ସୂଚନା ରହିଛି।
The post ରାଜ୍ୟର ୨ଟି ସ୍ଥାନରୁ ପାଖାପାଖି ୨ କୋଟି ଟଙ୍କାର ଗଞ୍ଜେଇ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/2LkPcxQ
0 Comments