
କଟକ/ମାହାଙ୍ଗା: ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା, ସେ ସଂପର୍କରେ ଗତକାଲି ଗ୍ରାମଞ୍ଚଳ ପୁଲିସ କିଛି ସ୍ପଷ୍ଟ କରି ନଥିଲା। ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବି ଗତକାଳି ବିଳମ୍ବିତ ରାତିରେ ଆଉ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି କୈଳାସ ଚନ୍ଦ୍ର ଖଟୁଆ। ସେ ଏହି ହତ୍ୟାକାଣ୍ତରେ ସମ୍ପୃକ୍ତ ଥିବା ଅତିରିକ୍ତ ଏସ୍ପି ପିକେ ଜେନା ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ତରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ବହୁ ଚର୍ଚ୍ଚିତ ମାହାଙ୍ଗା ହତ୍ୟାକାଣ୍ତରେ ଗତ କାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୁଲିସ। ଗତ ୨ ତାରିଖ ବିଳମ୍ବିତ ରାତିରେ ବିଜେପି ନେତା ଓ ତାଙ୍କ ସହାଯୋଗୀଙ୍କୁ ଆକ୍ରମଣ କରାଯାଇଥିବାବେଳେ ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ଗ୍ରାମଞ୍ଚଳ ପୁଲିସ ଦ୍ବାରାା ୫ ଜଣିଆ ଠିମ ଗଠନ କରାଯଯାଇଥିଲା। ଏବଂ ଗଠିତ ୫ ଜଣିଆ ଟିମ୍ ୪ ତାରିଖବିଳମ୍ବିତ ରାତିରେ ବିଭିନ୍ନ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁୁ ଉଠାଇ ନେଇ ଜେରା କରିିଥିଲା। ଏବଂ ଜେରା ସମୟରେ ଅଭିଯୁକ୍ତ ସତ ମାନିବା ପରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ କିପରି ହତ୍ୟା କରିିଥିଲେ ତାହାର ଡ଼େମୋ ଦେଖଶଇଥିଲେ ଅଭିଯୁକ୍ତ। ଏହାସହ ଘଟଣା ସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା ପୁଲିସ। ଏବଂ ଗତ କାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗରିଫ କରିଛିି ପୁଲିସ। ଏବେ ଏହିି ହତ୍ୟାାକଣ୍ତରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଅତିରିକ୍ତ ଏସ୍ପି ପିକେ ଜେନା ସୂଚନା ଦେଇଛନ୍ତି।
The post ମାହାଙ୍ଗା ହତ୍ୟାକାଣ୍ତରେ ଆଉ ଜଣଙ୍କୁ ଗିରଫ କଲା ପୁଲିସ first appeared on Sambad.
from ଜିଲ୍ଲା – Sambad https://ift.tt/3pPvGbN
0 Comments