
କାଲିମେଳା: ଧାନ ମଣ୍ଡି ବନ୍ଦ ପ୍ରତିବାଦରେ ଆଜି ଶତାଧିକ ଚାଷୀ ମାଲକାନଗିରିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସେମାନେ ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରେ ଧାରଣା ଦେଇଛନ୍ତି। ଫଳରେ ଉଭୟ ପଟେ ଯାନବାହାନ ଅଟକି ରହିଛି।
ଏହି ଧାରଣାକୁ ଜିଲ୍ଲା କଂଗ୍ରେସ କମିଟି ମଧ୍ୟ ସମର୍ଥନ କରିଛି। ଏଥିରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ରାମ ପଟ୍ଟନାୟକ, କାଲିମେଳା ବ୍ଲକ ଅଧକ୍ଷ ମାଳା ମାଢି, ଜିଲ୍ଲା ପରିଷଦ ସଭ୍ୟ ଉତ୍ତମ ରାୟଙ୍କ ସହ ଶତାଧିକ ଚାଷୀ ଯୋଗ ଦେଇଛନ୍ତି। ମାଣ୍ଡିରୁ ଧାନ ନ ଉଠିବା ଯାଏ ଧାରଣା ଜାରି ରହିବ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି। ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଧାନମଣ୍ଡି ଆଜିଠାରୁ ବନ୍ଦ ହୋଇଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।
The post କାଲିମେଳା: ଧାନମଣ୍ଡି ବନ୍ଦ ପ୍ରତିବାଦରେ ରାସ୍ତାରୋକ first appeared on Sambad.
from ଜିଲ୍ଲା – Sambad https://ift.tt/2XNjTi9
0 Comments